ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ୍-୨୦୨୨ ଟ୍ରାଏଲ୍ ପାଇଁ ଡ଼ାକରା

କଟକ: ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ୍-୨୦୨୨ ଟ୍ରାଏଲ୍ ପାଇଁ ଡ଼ାକରା ମିଳିଛି । ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି ।

ଶୁଭ୍ରାଂଶୁ ନିକଟରେ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ନେତୃତ୍ବ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ସହ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଶୁଭ୍ରାଂଶୁଙ୍କ ଚମତ୍କାର ପ୍ରଦର୍ଶନକୁ ଦେଖି ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ତାଙ୍କୁ ଆଇପିଏଲ୍ ଟ୍ରାଏଲରେ ସୁଯୋଗ ଦିଆଯାଇଛି ବୋଲି ବେହେରା କହିଛନ୍ତି । ଆଇପିଏଲ୍ ଟ୍ରାଏଲ୍ ପାଇଁ ମନୋନୀତ ହୋଇଥିବାରୁ ଓସିଏ ସମ୍ପାଦକ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ପଦାଧିକାରୀ ଶୁଭ୍ରାଂଶୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.