ଆସନ୍ତା ୨୩ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ -୧ ପରୀକ୍ଷା

କଟକ – ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ୩୦ ତାରିଖ ଯାଏଁ ଚାଲିବ। ଚଳିତବର୍ଷ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୩୦୨୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ ) ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଶ୍ନପତ୍ର ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି, ଯେଉଁଠାରୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। ଆଜିଠାରୁ ଆଡ୍‌ମିଟ୍‌ କାର୍ଡ ବୋର୍ଡ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି । ପିଲାମାନେ ଚାହିଁଲେ, ସେଠାରୁ ନିଜର ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ନହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରି ନେଇପାରିବେ।

Comments are closed.