ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ଗୁଗୁଲ୍ ତଥା ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କୁ ସାନ୍ ଫ୍ରାନ୍ସିସ୍କୋରେ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଛି । ବ୍ୟବସାୟ ଓ ଶିଳ୍ପ ବର୍ଗରେ ପିଚାଇଙ୍କୁ ୨୦୨୨ ପାଇଁ ଏହି ସମ୍ମାନ ମିଳିଛି ।ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ୍ ସିଂହ ସାନ୍ଧୁ ଏହି ପୁରସ୍କାର ପିଚାଇଙ୍କୁ ପ୍ରଦାନ କରିଛନ୍ତି । ପିଚାଇଙ୍କ ପ୍ରେରଣାଦାୟୀ ଯାତ୍ରା ବିଶ୍ବର ନବସୃଜନ କ୍ଷେତ୍ରରେ ଭାରତୀୟ ପ୍ରତିଭାର ଅବଦାନକୁ ପ୍ରମାଣିତ କରିଛି ବୋଲି ସେ କହିଛନ୍ତି।

ପିଚାଇ ଏହି ସମ୍ମାନ ପାଇଁ ଭାରତ ସରକାର ଓ ଭାରତୀୟ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଦ୍ମ ଭୂଷଣ ପୁରସ୍କାର ପାଇବା ପରେ ପିଚାଇ ତାଙ୍କ ବ୍ଲଗରେ କହିଛନ୍ତି ଯେ , “ଭାରତ ମୋର ଏକ ଅଂଶ ଏବଂ ମୁଁ ଯେଉଁଆଡେ ଯାଏ ମୁଁ ଏହାକୁ ସାଙ୍ଗରେ ନେଇଥାଏ।

ଚଳିତ ବର୍ଷ ପ୍ରାରମ୍ଭରେ ପିଚାଇଙ୍କ ସହ ୨୨ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।

Comments are closed.