ଆରସିବିକୁ ୯ ୱିକେଟରେ ହରାଇଲା ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ: ବୋଲରଙ୍କ ଘାତକ ବୋଲିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ଶନିବାର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୯ ୱିକେଟରେ ହରାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ପ୍ରତିପକ୍ଷ ଦଳର ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲା । ଆରସିବି ମାତ୍ର ୧୬.୧ ଓଭରରେ ୬୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଚଳିତ ଆଇପିଏଲରେ ଏହା ଥିଲା ସର୍ବନିମ୍ନ ଟିମ୍ ସ୍କୋର । ଏହି ମାମୁଲି ଟାର୍ଗେଟକୁ ହାଇଦ୍ରାବାଦ ମାତ୍ର ୮ ଓଭରରେ ଗୋଟିଏ ୱିକେଟ୍ ହରାଇ ହାସଲ କରି ନେଇଥିଲା । ଦଳ ପକ୍ଷରୁ ଓପନର ଅଭିଷେକ ଶର୍ମା ୨୮ଟି ବଲରେ ୮ଟି ଚୌକା ଓ ଗୋଟିଏ ଛକା ସହ ୪୭ ରନ୍ କରିଥିବା ବେଳେ ଅଧିନାୟକ କେନ୍ ୱିଲିୟମସନ ୧୬ ରନ୍ କରି ଅପରାଜିତ ଥିଲେ । ହାଇଦ୍ରାବାଦର ଏହା ଲଗାତାର ପଞ୍ଚମ ବିଜୟ । ଏଥିସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷେ ପଞ୍ଚମ ପରାଜୟ ସହ ଆରସିବି ଚତୁର୍ଥ ସ୍ଥାନକୁ ଖସିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ଵିତୀୟ ଓଭରରେ ୩ଟି ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମାର୍କୋ ଜନସେନ ଫାଫ ଡୁପ୍ଲେସିସ୍(୫), ବିରାଟ କୋହଲି(୦) ଏବଂ ଅନୁଜ ରାଓ୍ଵତ(୦) ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ବିରାଟ କୋହଲି କ୍ରମାଗତ ଦ୍ଵିତୀୟ ଥର ଗୋଲ୍ଡେନ ଡକର ଶିକାର ହୋଇଛନ୍ତି। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ(୧୨) ଏବଂ ପ୍ରଭୁ୍ଦେଶାଇ(୧୫) ଦୁଇ ଅଙ୍କ ଛୁଇଁ ପାରିଥିଲେ। ତେବେ ଫର୍ମରେ ଥିବା ଦିନେଶ କାର୍ତ୍ତିକ ଚଳିତ ଆଇପିଏଲରେ ପ୍ରଥମ ଥର ଖାତା ଖୋଲି ପାରିନଥିଲେ। ପୁଣି ଶାହବାଜ ଅହମ୍ମଦ(୭), ହର୍ଷଲ ପଟେଲ(୪) ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଓ୍ଵାନିନ୍ଦୁ ହସରଙ୍ଗା ୮ ଓ ମହମ୍ମଦ ସିରାଜ ୨ ରନ କରିଥିଲେ। ବେଙ୍ଗାଲୁରୁ ୧୬.୧ ଓଭରରେ ୬୮ ରନରେ ଅଲଆଉଟ୍ ହୋଇଛି।
ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜନସେନ ୨୫ ରନ ଦେଇ ୩ଟି, ଟି ନଟରାଜ ୧୦ ରନ ଦେଇ ୩, ଜଗଦୀଶ ସୁଚିତ ସୁଚିତ ୨ଟି ଓ୍ଵିକେଟ୍ ନେଇ ବେଙ୍ଗାଲୁରୁର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।

Comments are closed.