ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିଲମ୍ବିତ

ବରଗଡ: ଚାଉଳ କିଣାରେ ଅନିୟମିତତା ଅଭିଯୋଗରେ ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ନିଲମ୍ବିତ କରାଯାଇଛି। ଜଗତସିଂହପୁର, କେନ୍ଦୁଝର, ମୟୂରଭଂଜ ଓ ବରଗଡ଼ ଜିଲ୍ଲାର ସ୍କୁଲ ଓ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ଶିଶୁଙ୍କ ପାଇଁ ଭିଟାମିନମୁକ୍ତ ଚାଉଳ କିଣାରେ ଅନିୟମିତତା ଅଭିଯୋଗ ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକାରୀ ଜଣକ ମିଲର୍ସଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଅଧିକ ଭିଟାମିନଯୁକ୍ତ ଚାଉଳ କିଣିଥିଲେ। ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ହେଡକ୍ୱାର୍ଟର ନ ଛାଡ଼ିବାକୁ ରଜନୀକାନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.