ନିଟ୍-ପିଜି ପାଇଁ ଅତିରିକ୍ତ କାଉନସେଲିଂ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ: ନିଟ୍-ପିଜିର ଖାଲି ସିଟ୍ ପାଇଁ ଅତିରିକ୍ତ କାଉନସେଲିଂ ହେବ ନାହିଁ | ଶୁକ୍ରବାର ଏହି ମାମଲାରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟରେ ଜଷ୍ଟିସ ଏମ୍ଆର୍ ଶାହା ଏବଂ ଅନିରୁଦ୍ଧ ବୋଷଙ୍କୁ ନେଇ ଖଣ୍ଡପୀଠ ନିଟ୍-ପିଜି ୨୦୨୧ର ୧,୪୫୬ ଟି ସିଟ୍ ପୂରଣ ପାଇଁ ସ୍ପେଶାଲ୍ ଅତିରିକ୍ତ ରାଉଣ୍ଡ କାଉନସେଲିଂ ଦାବି କରି ଦାୟର ଆବେଦନକୁ ଖାରଜ କରିଦେଇଛନ୍ତି |

ସୁପ୍ରିମକୋର୍ଟ କହିଛନ୍ତି ଯେ ଡାକ୍ତରୀ ଶିକ୍ଷାର ଗୁଣାତ୍ମକ ମାନ ସହ କୌଣସି ସାଲିସ୍ କରାଯାଇ ପାରିବ ନାହିଁ, କାରଣ ଏହା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟକୁ ସିଧାସଳଖ ପ୍ରଭାବିତ କରିବ।
କୋର୍ଟ କହିଛନ୍ତି- ଆବେଦନକାରୀ ଏ ବାବଦରେ ରିଲିଫ ପାଇବାକୁ ହକଦାର ନୁହଁନ୍ତି। ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି ଯେ ଯଦି ବର୍ତ୍ତମାନ ଏହି ପ୍ରସଙ୍ଗରେ ରିହାତି ଦିଆଯାଉଛି ତେବେ ଏହା ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇବ।

ନିଟ୍-ପିଜି ୨୦୨୧ ପରୀକ୍ଷାରେ ହାଜର ହୋଇଥିବା ଡାକ୍ତରଙ୍କ ତରଫରୁ ଏହି ଆବେଦନ ଦାଖଲ କରାଯାଇଥିଲା।

Comments are closed.