ହିଜାବ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିଜାବ ବିବାଦ ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗୁରୁବାର ମନା କରି ଦେଇଛନ୍ତି। ଏହି ନିଷ୍ପତ୍ତି ଉପରେ ଓକିଲ ଦେବଦତ୍ତ କାମାଥ କହିଛନ୍ତି ଯେ ମାର୍ଚ୍ଚ ୨୮ରୁ ପରୀକ୍ଷା ଅଛି ଏବଂ ଯଦି ମୁସଲିମ ଛାତ୍ରୀଙ୍କୁ ହିଜାବ ବିନା ଶ୍ରେଣୀରେ ପ୍ରବେଶ ଅନୁମତି ନମିଳେ, ତା’ହେଲେ ସେମାନଙ୍କ ଗୋଟିଏ ବର୍ଷ ନଷ୍ଟ ହେବ। ଏହାର ଜବାବରେ ପ୍ରଧାନ ବିଚାରପତି ଏନଭି ରମନ୍ନା କହିଥିଲେ ଯେ ପରୀକ୍ଷା ସହିତ ଏହାର କୌଣସି ସମ୍ପର୍କ ନାହିଁ | ଏହାପୂର୍ବରୁ କୋର୍ଟ ଜରୁରୀ ଶୁଣାଣିକୁ ମନା କରିଦେଇଥିଲେ ଏବଂ ହୋଲି ଛୁଟି ପରେ ଆବେଦନକାରୀଙ୍କୁ ଆସିବାକୁ କହିଥିଲେ।

ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ ବ୍ୟାନକୁ କାଏମ ରଖିଥିଲେ । ହିଜାବ ଇସଲାମରେ ଏକ ଧାର୍ମିକ ପ୍ରଥା ନୁହେଁ, ତେଣୁ ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବ ଉପରେ ନିଷେଧାଦେଶ ଜାରି କରାଯିବା ଉଚିତ୍। ହାଇକୋର୍ଟର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

Comments are closed.