ଅନୁକମ୍ପା ମୂଳକ ନିଯୁକ୍ତି ଏକ ରିହାତି, ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନୁକମ୍ପା ମୂଳକ ନିଯୁକ୍ତି ଏକ ଅଧିକାର ନୁହେଁ ବରଂ ଏକ ରିହାତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହିପରି ନିଯୁକ୍ତିର ଉଦ୍ଦେଶ୍ୟ ହେଉଛି ପ୍ରଭାବିତ ପରିବାରକୁ ଅଚାନକ ଆସିଥିବା ସଙ୍କଟରୁ ଉଦ୍ଧାର କରିବା | ଗତ ସପ୍ତାହରେ କେରଳ ହାଇକୋର୍ଟର ଏକ ଡିଭିଜନ୍ ବେଞ୍ଚର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। କେରଳ ହାଇକୋର୍ଟ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଟ୍ରାଭାନକୋର ଲିମିଟେଡ୍ ଏବଂ ଅନ୍ୟ ମାନଙ୍କୁ ଜଣେ ମହିଳାଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ଦେବା ପାଇଁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜଷ୍ଟିସ୍ ଏମ୍ଆର ଶାହା ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ମହିଳାଙ୍କ ପିତା ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଟ୍ରାଭାନକୋର ଲିମିଟେଡରେ କାମ କରୁଥିଲେ । ଏପ୍ରିଲ ୧୯୯୫ରେ ଚାକିରି କାର୍ଯ୍ୟକାଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖଣ୍ଡପୀଠ କହିଛନ୍ତି ଯେ ତାଙ୍କ ପତ୍ନୀ ଚାକିରି କରୁଥିଲେ । ତେଣୁ ଆବେଦନକାରୀ ଅନୁକମ୍ପା ମୂଳକ ନିଯୁକ୍ତି ପାଇବାକୁ ଯୋଗ୍ୟ ନୁହଁନ୍ତି।

ଜଷ୍ଟିସ୍ ଏମ୍ଆର ଶାହା ଏବଂ ଜଷ୍ଟିସ କୃଷ୍ଣ ମୁରାରୀ କହିଛନ୍ତି ଯେ କର୍ମଚାରୀଙ୍କ ମୃତ୍ୟୁର ୨୪ ବର୍ଷ ପରେ ଆବେଦନକାରୀ ଅନୁକମ୍ପା ମୂଳକ ନିଯୁକ୍ତି ପାଇବାକୁ ଅଧିକାର ପାଇବେ ନାହିଁ। ଅନୁକମ୍ପା କାରଣରୁ ନିଯୁକ୍ତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଧାର୍ଯ୍ୟ ଗାଇଡ ଲାଇନ୍ ଅନୁଯାୟୀ, ସମ୍ବିଧାନର ଧାରା ୧୪ ଏବଂ ୧୬ ଅନୁଯାୟୀ ସମସ୍ତ ସରକାରୀ ପଦବୀ ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ପ୍ରଦାନ କରାଯିବା ଉଚିତ୍।

Comments are closed.