ରାମଦେବଙ୍କୁ ସୁପ୍ରିମକୋର୍ଟରୁ ପୁଣି ଝଟକା, ଯୋଗ ଶିବିର ପାଇଁ ଦେବାକୁ ହେବ ସର୍ଭିସ୍ ଟ୍ୟାକ୍ସ

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ପରେ ଯୋଗ ଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ପୁଣି ଏକ ଝଟକା । ଯୋଗ ଶିବିର ଆୟୋଜନ କଲେ ପତଞ୍ଜଳି ଯୋଗପୀଠ‌ ଟ୍ରଷ୍ଟକୁ ସର୍ଭିସ୍ ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ଏକ ଆପିଲେଟ ଟ୍ରିବ୍ୟୁନାଲର ରାୟକୁ କାଏମ ରଖିଛନ୍ତି।

ଆପିଲେଟ ଟ୍ରିବ୍ୟୁନାଲର ତାଙ୍କ ରାୟରେ କହିଥିଲେ ଯେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଉଭୟ ଆବାସିକ ଏବଂ ଅଣ-ଆବାସିକ ଯୋଗ ଶିବିର ଆୟୋଜନ ପାଇଁ ପ୍ରବେଶ ଶୁଳ୍କ ଆଦାୟ କରୁଛି । ତେଣୁ ପତଞ୍ଜଳି ଟ୍ରଷ୍ଟକୁ ସର୍ଭିସ୍ ଟ୍ୟାକ୍ସ ଦେବାକୁ ପଡ଼ିବ।

ଜଷ୍ଟିସ ଅଭୟ ଏସ ଓକ୍ ଏବଂ ଉଜ୍ବଳ ଭୁୟାଁଙ୍କ ଏକ ଖଣ୍ଡପୀଠ କହିଛନ୍ତି, ଟ୍ରିବ୍ୟୁନାଲ ଠିକ୍ ରାୟ ଦେଇଛନ୍ତି।
ଶୁଳ୍କ ଯୁକ୍ତ ଯୋଗ ଶିବିର ଏକ ସେବା । ଆମେ ଟ୍ରିବ୍ୟୁନାଲ ରାୟରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ବୋଲି କହି ପତଞ୍ଜଳି ଯୋଗପୀଠ‌ ଟ୍ରଷ୍ଟର ଆବେଦନକୁ ଖାରଜ କରିଛନ୍ତି |

ମିରଟ୍ ରେଞ୍ଜ୍ କମିଶନର ଅକ୍ଟୋବର ୨୦୦୬ ରୁ ମାର୍ଚ୍ଚ ୨୦୧୧ ପର୍ଯ୍ୟନ୍ତ ଜୋରିମାନା ଏବଂ ସୁଧ ବାବଦକୁ ପତଞ୍ଜଳି ଯୋଗପୀଠ‌ ଟ୍ରଷ୍ଟ ଠାରୁ ପ୍ରାୟ ୪.୫ କୋଟି ଟଙ୍କା ଦାବି କରିଥିଲେ।

Comments are closed.