ଚାଇଲ୍ଡ ପର୍ଣ୍ଣୋଗ୍ରାଫି ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ସବୁ ସୋସିଆଲ ମିଡ଼ିଆ କମ୍ପାନୀକୁ ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଏବଂ ବଳାତ୍କାର ଭିଡିଓ ମାମଲାରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏ ବାବଦରେ ସର୍ବୋଚ୍ଚ ନ୍ୟାୟାଳୟ ଫେସବୁକ୍, ଟ୍ୱିଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀକୁ ୬ ସପ୍ତାହ ମଧ୍ୟରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏଥିସହ କୋର୍ଟ ସରକାରଙ୍କୁ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଏବଂ ବଳାତ୍କାର ଭିଡିଓ ବନ୍ଦ କରିବା ପାଇଁ ସେମାନଙ୍କ ଦ୍ୱାରା କି ପଦକ୍ଷେପ ନିଆଯାଇଛି ତାହା ଜଣାଇବାକୁ କୋର୍ଟ ସବ ସୋସିଆଲ ମିଡ଼ିଆକୁ କହିଛନ୍ତି। ଏହି ମାମଲାରେ ଫେସବୁକ୍, ଟ୍ୱିଟର ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀଗୁଡିକ ଉପରେ କେନ୍ଦ୍ର ସରକାର ମଧ୍ୟ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବେ।

Comments are closed.