ବୈବାହିକ ବଳାତ୍କାର ଅପରାଧ କି ନୁହେଁ? କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୈବାହିକ ବଳାତ୍କାର ଅପରାଧ କି ନୁହେଁ? ଏହାର ତର୍ଜମା କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟର ବିଭାଜିତ ରାୟଙ୍କ ଚ୍ୟାଲେଞ୍ଜ କରି ଦାୟର ପିଟିସନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ଲୋଡିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୦୨୩ରେ ହେବ। ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତୀୟ ଆଇନ ଅନୁଯାୟୀ ବୈବାହିକ ବଳାତ୍କାର ବା ପତ୍ନୀଙ୍କ ସହ ଜବରଦସ୍ତ ଦୈହିକ ସମ୍ପର୍କ ରଖିବା ଧର୍ତ୍ତବ୍ୟ ଅପରାଧ ନୁହେଁ। ତେବେ ଏହାକୁ ଅପରାଧ ରୂପେ ଘୋଷଣା କରିବାକୁ ବହୁ ସାମାଜିକ ସଂଗଠନ ପକ୍ଷରୁ ଦୀର୍ଘ ଦିନରୁ ଦାବି ହୋଇଆସୁଛି।

ସୂଚନାଯୋଗ୍ୟ, ବୈବାହିକ ବଳାତ୍କାର ମାମଲାରେ ମେ ୧୧ରେ ଦିଲ୍ଲୀ ହାଇକୋର୍ଟର ଦୁଇ ଜଣ ବିଭାଜିତ ରାୟ ଦେଇଥିଲେ। ଏହି ମାମଲାର ଶୁଣାଣି ସମୟରେ ଉଭୟ ବିଚାରପତିଙ୍କ ମତ ସମାନ ନଥିଲା। ଏହି କାରଣରୁ ଉଭୟ ବିଚାରପତି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

Comments are closed.