ମଥୁରା କୃଷ୍ଣ ଜନ୍ମଭୂମି ନିକଟରେ ‘ଜବରଦଖଲ ଉଚ୍ଛେଦ ଅଭିଯାନ’ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ମଥୁରାର କୃଷ୍ଣ ଜନ୍ମଭୂମି ନିକଟରେ ‘ଜବରଦଖଲ ଉଚ୍ଛେଦ ଅଭିଯାନ’ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ଅଞ୍ଚଳରେ ବେଆଇନ ନିର୍ମାଣ ବିରୋଧରେ ରେଳବାଇ ତରଫରୁ ଅଭିଯାନ ଆରମ୍ଭ ହୋଇଥିଲା। ଏହାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।

ପରବର୍ତ୍ତୀ ଶୁଣାଣି ଯାଏଁ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ରେଳବାଇକୁ କହିଛନ୍ତି। ଏକ ସପ୍ତାହ ପରେ କୋର୍ଟ ଏହି ମାମଲାର ଶୁଣାଣି କରିବେ।

ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ଉତ୍ତରପ୍ରଦେଶ ସରକାର ଏବଂ ରେଳବାଇକୁ ନୋଟିସ ଜାରି କରି କହିଛନ୍ତି।

Comments are closed.