ପେଗାସସ୍ ମାମଲା: କାଲି ଆସିବ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାରେ କୋର୍ଟ ତତ୍ତ୍ଵାବଧାନରେ ସ୍ବତନ୍ତ୍ର ତଦନ୍ତ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ଦିନ ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଏହି ସମ୍ବେଦନଶୀଳ ମାମଲାରେ ରାୟ ଶୁଣାଇବେ। ବୁଧବାର ସକାଳ ୧୦:୩୦ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବ। ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନାଙ୍କ ବ୍ୟତୀତ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ହିମା କୋହଲି ମଧ୍ୟ ଅଛନ୍ତି | ପେଗାସସ୍ ମାମଲାର ଯାଞ୍ଚ୍ ସଂପର୍କରେ ୧୨ଟି ପିଟିସନ ଦାଖଲ କରାଯାଇଥିଲା। ଜନସ୍ୱାର୍ଥ ତଥା ଦେଶର ସୁରକ୍ଷାର ଆଳ ଦେଖାଇ କେନ୍ଦ୍ର ସରକାର ଏହି ମାମଲାରେ ବିସ୍ତୃତ ବିବରଣୀ ଦାଖଲ କରିବାକୁ ମନା କରି ଦେଇଥିଲେ। ଗୁହା ଠାକୁରତା, ରୂପେଶ କୁମାର ସିଂ, ଏସଏନଏମ ଅବଦୀ, ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା ଏବଂ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଭଳି ଜଣାଶୁଣା ବ୍ୟକ୍ତି ଓ ସଂଗଠନ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଆବେଦନ କରିଛନ୍ତି।

Comments are closed.