ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି, ସବୁ ମାମଲା ଦିଲ୍ଲୀ ସ୍ଥାନାନ୍ତର

ନୂଆଦିଲ୍ଲୀ:ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାରେ ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି। ନୁପୁର ଶର୍ମାଙ୍କର ବିରୋଧରେ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ମାମଲା ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ନୂପୁର ଶର୍ମାଙ୍କ ଗିରଫ ଉପରେ ରୋକ୍ ମଧ୍ୟ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି |

ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ରରେ ରୁଜୁ ହୋଇଥିବା ସବୁ ଏତଲା ମଧ୍ୟ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯିବ।

ସୁପ୍ରିମକୋର୍ଟ କହିଛନ୍ତି ଯେ ମହାରାଷ୍ଟ୍ରରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ଏବଂ ଦିଲ୍ଲୀ ପୋଲିସ୍ ଆଇଏଫ୍ଏସସି (ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍) ର ଏଫ୍ଆଇଆର୍ ଯାଞ୍ଚ କରାଯିବ ଏବଂ ଏଥିରେ ଅନ୍ୟ ଏଫ୍ଆଇଆର୍ ଗୁଡ଼ିକୁ ସାମିଲ କରାଯିବ।

ତେବେ ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ବିରୋଧରେ ରୁଜୁ ସବୁ ମାମଲା ରଦ୍ଦ କରିବାକୁ ମନା କରି ଦେଇଛନ୍ତି। ମାମଲା ରଦ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନୂପୁର ଶର୍ମାଙ୍କୁ କହିଛନ୍ତି ।

ଏହାଛଡ଼ା ଭବିଷ୍ୟତରେ ହେବାକୁ ଥିବା ସମସ୍ତ ମାମଲା ମଧ୍ୟ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Comments are closed.