ବ୍ରାହ୍ମଣ ମାନଙ୍କ ଗଣହତ୍ୟା ପାଇଁ ଆହ୍ବାନ କଲେ ଡିଏମକେ ନେତା, ମାନ୍ୟତା ରଦ୍ଦ କରିବାକୁ ସ୍ଵାମୀଙ୍କ ଦାବି

ଚେନ୍ନାଇ: ବ୍ରାହ୍ମଣ ମାନଙ୍କ ଗଣହତ୍ୟା ପାଇଁ ଆହ୍ବାନ କରିଥିବା ତାମିଲନାଡୁର ଶାସକ ଦଳ ଡିଏମକେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗକୁ ଅନୁରୋଧ କରିଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ।

ବ୍ରାହ୍ମଣଙ୍କ ବିରୋଧରେ ଡିଏମକେ ନେତାଙ୍କ ଏପରି ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ପାଇଁ ଡିଏମକେର ମାନ୍ୟତା ରଦ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି। ସେ ମଧ୍ୟ ନିର୍ବାଚନ ଆୟୋଗକୁ ଡିଏମକେର ପ୍ରତୀକ ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି ‌‌। ଏହାଛଡ଼ା ତାଙ୍କର ଏହି ମାମଲା ଉପରେ ବିତର୍କ କରିବାକୁ ଡିଏମକେକୁ ଅନୁମତି ଦେବାକୁ ନିର୍ବାଚନ ଆୟୋଗଙ୍କୁ ସ୍ବାମୀ ଅନୁରୋଧ କରିଛନ୍ତି।

ସ୍ବାମୀ କହିଛନ୍ତି ଯେ ଏକ ପଞ୍ଜୀକୃତ ରାଜନୈତିକ ଦଳ ଭାବେ ଡିଏମକେର ଏପରି ବୟାନ ଲୋକ ପ୍ରତିନିଧୀ ଆଇନର ଉଲ୍ଲଂଘନ ।

ଉଲ୍ଲେଖଯୋଗ୍ୟ, ଡିଏମକେ ମୁଖପାତ୍ର ଆର୍ ରାଜୀବ ଗାନ୍ଧୀ ଦ୍ରାବିଡ଼ ଆଦର୍ଶ ପେରିୟରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାମିଲ ବ୍ରାହ୍ମଣମାନଙ୍କୁ ହତ୍ୟା କରାଯିବା ଉଚିତ ବୋଲି ଟ୍ବିଟ୍ କରିଥିଲେ । ତାଙ୍କର ଏପରି ବ୍ରାହ୍ମଣ ବିରୋଧୀ ଟ୍ବିଟ୍ ନେଇ ବିବାଦ ସୃଷ୍ଟି ହୋଇଥିଲା ।

କିଛି ଦିନ ତଳେ ଏକ ଟ୍ବିଟରେ ଡିଏମକେ ନେତା କହିଥିଲେ: “ଯଦି ଆମେ ଶୁଦ୍ରମାନେ ପେରିୟାର୍ ଯାହା କହିଥିଲେ ତାହା କରିଥାନ୍ତେ, ତେବେ ନ୍ୟାୟ, ଅଧିକାର, ଶିକ୍ଷା ଏବଂ ସମାନତା ପାଇଁ ବ୍ରାହ୍ମଣମାନଙ୍କ ସହ ଲଢ଼ିବାକୁ ପଡ଼ିନଥାନ୍ତା । ରାଜ୍ୟ (ତାମିଲନାଡୁ)ର ୩% ବ୍ରାହ୍ମଣମାନେ ଏବଂ ବି କେତେକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି |

ରାଜନୈତିକ ସମୀକ୍ଷକ ସୁମନ୍ତ ରମଣଙ୍କ ଦ୍ବାରା ତାମିଲନାଡୁର କରାଇକୁଡିରେ ପେରିୟାରଙ୍କ ୧୯୭୩ ଭାଷଣର ଏକ ଅଂଶ ସେୟାର କରିବା ପରେ ଡିଏମକେ ମୁଖପାତ୍ର ଆର୍ ରାଜୀବ ଗାନ୍ଧୀ ଟ୍ବିଟ୍ କରି ତାମିଲ ବ୍ରାହ୍ମଣମାନଙ୍କ ଗଣହତ୍ୟା କରିବାକୁ ଆହ୍ବାନ କରିଥିଲେ ।

Comments are closed.