କାଶ୍ମୀରକୁ ନେଇ ତାଲିବାନର ପ୍ରଥମ ପ୍ରତିକ୍ରିୟା, ଏମିତି କିଛି କହିଲେ ତାଲିବାନ ମୁଖପାତ୍ର

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ କାଶ୍ମୀର ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛି। ଏହା ସହିତ ତାଲିବାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ତାଲିବାନକୁ ଦଖଲ କରିବା ପରେ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନରୁ ଲଶ୍କର-ଏ-ତଇବା ଏବଂ ଜୈଶ-ଇ-ମହମ୍ମଦ ଭଳି ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ପାକିସ୍ତାନୀ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶ ଏକାଠି ବସି ଦ୍ୱିପାକ୍ଷିକ ସମସ୍ୟାର ସମାଧାନ କରିବା ଉଚିତ, କାରଣ ଉଭୟ ପଡ଼ୋଶୀ ଏବଂ ସେମାନଙ୍କର ସ୍ୱାର୍ଥ ପରସ୍ପର ସହ ଜଡିତ।

ଏଥି ସହ ଜାବିହୁଲ୍ଲା ମୁଜାହିଦ୍ ମଧ୍ୟ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାଶ୍ମୀର ବିବାଦ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। କାଶ୍ମୀର ଉପତ୍ୟକା ପ୍ରତି ଭାରତ ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

ଏହାଛଡ଼ା ତାଲିବାନ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରକୁ ନିନ୍ଦା କରି କହିଛି ଯେ ଏହା ଆମେରିକାର ବାହିନୀ ଅଧୀନରେ ଥିବା ଏକ ଅଞ୍ଚଳରେ ଘଟିଛି। ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ତାଙ୍କ ସଂଗଠନ ଏହି ଆକ୍ରମଣକୁ ଦୃଢ ନିନ୍ଦା କରୁଛି ଏବଂ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି। ତାଲିବାନଠାରୁ ଅଲଗା ଏବଂ ଅଧିକ ଭୟଙ୍କର ଇସଲାମିକ୍ ଷ୍ଟେଟ୍ ଗ୍ରୁପ୍ ଆଫଗାନିସ୍ତାନ ସହିତ ଜଡିତ ଏକ ଗୋଷ୍ଠୀ ଦ୍ୱାରା ଏହି ଆକ୍ରମଣ ହୋଇଥିବା ଜଣାପଡିଛି।

Comments are closed.