କେନ୍ଦ୍ରର ‘ଏକ ଦେଶ, ଏକ ନିର୍ବାଚନ’ ନୀତି ବିରୋଧରେ ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ପାରିତ

ଚେନ୍ନାଇ: କେନ୍ଦ୍ରର ପ୍ରସ୍ତାବିତ ‘ଏକ ଦେଶ, ଏକ ନିର୍ବାଚନ’ ନୀତି ବିରୋଧରେ ବୁଧବାର ତାମିଲନାଡୁ ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି ।

ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ଆଉ ଏକ ପ୍ରସ୍ତାବ ମଧ୍ୟ ଆଗତ କରି ଜନଗଣନା ଆଧାରରେ ୨୦୨୬ ପରେ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆଗକୁ ନ ବଢ଼ାଇବାକୁ ଦାବି କରିଛନ୍ତି ।

ତାମିଲନାଡୁ ବିଧାନସଭାରେ ଗୃହୀତ ପ୍ରସ୍ତାବରେ କୁହାଯାଇଛି – ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପଦକ୍ଷେପ ଗଣତନ୍ତ୍ର ବିରୋଧୀ, ଅକରଣୀୟ ଓ ଭାରତର ସମ୍ବିଧାନ ସପକ୍ଷରେ ନୁହେଁ। ଏହାକୁ କାର୍ଯ୍ୟକାରୀ ନ କରିବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି ।

ପ୍ରସ୍ତାବରେ କୁହାଯାଇଛି ଯେ, “ଭାରତ ପରି ଏକ ବୃହତ ତଥା ବିବିଧ ଦେଶରେ ବିଭିନ୍ନ ସମୟରେ ପୌର-ପଞ୍ଚାୟତ ସଂସ୍ଥା, ରାଜ୍ୟ ବିଧାନସଭା ଏବଂ ସଂସଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଜନ କୈନ୍ଦ୍ରିକ ପ୍ରସଙ୍ଗ ଆଧାରରେ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ। ଏହା ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଅବଧାରଣ ବିରୁଦ୍ଧ।

Comments are closed.