ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଟଙ୍କଧର ତ୍ରିପାଠୀ ହେଲେ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର – ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଟଙ୍କଧର ତ୍ରିପାଠୀ ହେବେ ବିଜେପିର ପ୍ରାର୍ଥୀ। ବିଜେପି ପକ୍ଷରୁ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରାଯାଇଛି ।

ମେ’ ୧୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସବୁ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ପ୍ରଥମେ ବିଜେଡି ପକ୍ଷରୁ ଏହି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । ନବକିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡିଛି।

Comments are closed.