ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ଟିଡିପି

ହାଇଦ୍ରାବାଦ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ବଢ଼ିବାରେ ଲାଗିଛି । ଏବେ ତେଲୁଗୁ ଦେଶମ ପାର୍ଟି(ଟିଡିପି) ମଧ୍ୟ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଟିଡିପି କହିଛି ଯେ ଏହି ନିଷ୍ପତ୍ତି ସାମାଜିକ ନ୍ୟାୟ ପାଇଁ ଦଳର ପ୍ରତିବଦ୍ଧତାର ସଙ୍କେତ ।

ଦଳର ଜାତୀୟ ସଭାପତି ଏନ ଚନ୍ଦ୍ରବାବୁ ନାଇଡୁ ଏଠାରେ କହିଛନ୍ତି ଯେ ଜିଏମସି ବାଲାୟୋଗୀ ଲୋକସଭା ବାଚସ୍ପତି ଏବଂ ପ୍ରତିଭା ଭାରତୀ ବିଧାନସଭାର ବାଚସ୍ପତି ହେବା ପଛରେ ଟିଡିପିର ଭୂମିକା ଥିଲା । କେବଳ ଦଳର ସମର୍ଥନରେ କିଞ୍ଜରପୁର ୟେରାନ ନାଇଡୁ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ । ସେପଟେ ଦ୍ରୌପଦୀ ମୁର୍ମୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ାଙ୍କୁ ଭେଟି ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥନ ଲୋଡିଛନ୍ତି।

Comments are closed.