ରାଜସ୍ଥାନ: ଭାରତ ବିପକ୍ଷରେ ପାକିସ୍ତାନର ବିଜୟରେ ଖୁସି ମନାଇ ସ୍କୁଲରୁ ବିଦା ହେଲେ ଶିକ୍ଷୟିତ୍ରୀ

ଜୟପୁର: ଟି-୨୦ ବିଶ୍ବକପରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ନେଇ ଉତ୍ସବ ପାଳନ କରିବା ଅଭିଯୋଗରେ ରାଜସ୍ଥାନର ଉଦୟପୁରର ଏକ ଘରୋଇ ସ୍କୁଲର ଶିକ୍ଷୟତ୍ରୀଙ୍କୁ ବହିଷ୍କୃତ କରାଯାଇଛି। ନଫିସା ଅଟାରୀ ରାଜସ୍ଥାନର ଉଦୟପୁରର ନୀରଜା ମୋଦୀ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ପାକିସ୍ତାନ ବିପକ୍ଷରେ ଭାରତର ପରାଜୟକୁ ନେଇ ଖୁସି ବ୍ୟକ୍ତ କରି ହ୍ବାଟସଆପ୍ ଏକ ଷ୍ଟାଟସ୍ ରଖିଥିଲେ।

ନଫିସା ହ୍ବାଟସଆପ୍ ଷ୍ଟାଟସ୍ ମାଧ୍ୟମରେ ପାକିସ୍ତାନୀ ଖେଳାଳିଙ୍କ ଫଟୋ ସହିତ ‘ଆମେ ଜିତିଲୁ’ ଉଲ୍ଲେଖ କରି ଖୁସି ବ୍ୟକ୍ତ କରିଥିଲେ। ଏପରି ହ୍ବାଟସଆପ୍ ଷ୍ଟାଟସ୍ ଦେଖି ପିଲାଙ୍କ ଅଭିଭାବକ ଓ ନଫିସାଙ୍କ ସହକର୍ମୀ ଆଶ୍ଚର୍ଯ୍ୟ ହୋଇଥିଲେ । ଜଣେ ଅଭିଭାବକ ନଫିସାଙ୍କୁ ସେ ପାକିସ୍ତାନକୁ ସମର୍ଥନ କରୁଛନ୍ତି କି ବୋଲି ପଚାରିବାରୁ ନାଫିସା ‘ହଁ’ ବୋଲି ଉତ୍ତର ଦେଇଥିଲେ। ନଫିସାଙ୍କ ହ୍ବାଟସଆପ୍ ଷ୍ଟାଟସ୍ ସ୍କ୍ରିନସଟ୍ ଭାଇରାଲ୍ ହେବା ପରେ ସ୍କୁଲ ମ୍ୟାନେଜମେଣ୍ଟ ତାଙ୍କୁ ବରଖାସ୍ତ କରିଥିଲା।

ରବିବାର ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ର ହାଇ ଭୋଲଟେଜ୍ ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା। କୌଣସି ବିଶ୍ୱକପରେ ଭାରତ ଉପରେ ପାକିସ୍ତାନ ଦଳର ଏହା ପ୍ରଥମ ବିଜୟ ଥିଲା।

Comments are closed.