ପାକିସ୍ତାନର ମିଆଁୱାଲି ଏୟାରବେସ ଉପରେ ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ: ପାକିସ୍ତାନରେ ବଡ଼ ଆତଙ୍କବାଦୀ ଆକ୍ରମଣ। ଶନିବାର ସକାଳେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ମିଆଁୱାଲି ଏୟାରବେସ୍ ଉପରେ ୬ ଜଣ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ପାକ୍ ସେନା ଏକ ବିବୃତ୍ତିରେ କହିଛି ଯେ ଭିତରକୁ ପ୍ରବେଶ କରିବା ପୂର୍ବରୁ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଅନ୍ୟ ତିନି ଜଣଙ୍କୁ ପାକ୍ ସେନା ଘେରି ରହିଛନ୍ତି।

ଆତଙ୍କବାଦୀମାନେ ଏହି ଆକ୍ରମଣରେ ତିନୋଟି ଯୁଦ୍ଧ ବିମାନ ଏବଂ ଏକ ଇନ୍ଧନ ଟ୍ୟାଙ୍କରକୁ ନଷ୍ଟ କରି ଦେଇଛନ୍ତି। ସେନା କହିଛି ଯେ ଉକ୍ତ ଅଞ୍ଚଳରେ ଅପରେସନ ଜାରି ରହିଛି।

ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକ୍ ବାୟୁସେନା ଘାଟି ଉପରେ ହୋଇଥିବା ଆକ୍ରମଣ ପାଇଁ ଇସଲାମୀୟ ଆତଙ୍କବାଦୀ ଗୋଷ୍ଠୀ ତେହେରିକ-ଏ-ଜିହାଦ୍ ନିଜକୁ ଦାୟୀ କରିଛି । ଗତ ସପ୍ତାହରେ ପାକିସ୍ତାନର ଖାଇବର ପଖତୁନଖ୍ବା (କେପି) ରେ ମଧ୍ୟ ସୁରକ୍ଷା ବାହିନୀ ଉପରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।

Comments are closed.