ବିଜେପିରେ ଯୋଗ ଦେଲେ ପୂର୍ବତନ ରେସଲର୍ ଦି ଗ୍ରେଟ୍ ଖଲି

ନୂଆଦିଲ୍ଲୀ: ପୂର୍ବତନ ରେସଲର୍ ଦି ଗ୍ରେଟ୍ ଖଲି ଏବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ସେ ଗୁରୁବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି।

ହିମାଚଳ ପ୍ରଦେଶ ବାସିନ୍ଦା ଦି ଗ୍ରେଟ୍ ଖଲିଙ୍କ ପ୍ରକୃତ ନାମ ହେଉଛି ଦଲୀପ ସିଂ ରାଣା | ସେ କହିଛନ୍ତି ଯେ ବିଜେପିରେ ଯୋଗଦେବା ପରେ ଭଲ ଲାଗୁଛି। ଯଦି ଟଙ୍କା ରୋଜଗାର କରିବାର ଥିଲା, ତେବେ ମୁଁ ଆମେରିକାରେ ରହିଥାନ୍ତି । କିନ୍ତୁ ମୁଁ ମୋ ଦେଶକୁ ଭଲ ପାଉଥିବାରୁ ଭାରତ ଫେରିଆସିଥିଲି |

ଦି ଗ୍ରେଟ୍ ଖଲିଙ୍କ ଉଚ୍ଚତା ହେଉଛି ୭ ଫୁଟ ୧ ଇଞ୍ଚ | ଡବ୍ଲଡବ୍ଲୁଇ ରେସଲିଂରେ ଜଡ଼ିତ ରହିବା ସହ ସେ ଫିଲ୍ମରେ ମଧ୍ୟ କାମ କରିଛନ୍ତି | ସେ ଟିଭି ଶୋ ବିଗ୍ ବସ୍ ରେ ମଧ୍ୟ ଭାଗ ନେଇଛନ୍ତି | ଡବ୍ଲଡବ୍ଲୁଇ ଯିବା ପୂର୍ବରୁ ଖଲି ପଞ୍ଜାବ ପୋଲିସରେ ଏଏସ୍ଆଇ ପଦରେ ଥିଲେ। ୪୯ ବର୍ଷୀୟ ଦି ଗ୍ରେଟ୍ ଖଲି ଜଣେ ପୂର୍ବତନ ବିଶ୍ୱ ହେଭିୱେଟ୍ ଚାମ୍ପିଅନ୍ | ୨୦୨୧ରେ ତାଙ୍କୁ ଆମେରିକାର ସମ୍ମାନଜନକ ଡବ୍ଲଡବ୍ଲୁଇ ହଲ୍ ଅଫ୍ ଫେମରେ ସାମିଲ କରାଯାଇଥିଲା |

Comments are closed.