ଅର୍ଥନୀତିରେ ତିନି ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର

ଷ୍ଟକହୋମ: ଏହି ବର୍ଷ ଆମେରିକାର ତିନି ଅର୍ଥନୀତିଜ୍ଞ ଏସ୍ ବର୍ନାଙ୍କେ, ଡଗଲାସ୍ ଡାଏମଣ୍ଡ ଏବଂ ଫିଲିପ୍ ଏଚ୍ ଡାଏୱିଗଙ୍କୁ ଆର୍ଥିକ ସଙ୍କଟ ଓ ବ୍ୟାଙ୍କ୍ ଉପରେ ଗବେଷଣା ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସ୍ଵିଡେନ ନୋବେଲ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି । ନୋବେଲ କମିଟି କହିଛି ଯେ ଏହି ତିନି ଅର୍ଥନୀତିଜ୍ଞ ବିଶେଷକରି ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କର ଭୂମିକା ବିଷୟରେ ଆମର ଜ୍ଞାନକୁ ଯଥେଷ୍ଟ ଉନ୍ନତ କରିଛନ୍ତି। ସେମାନଙ୍କ ଗବେଷଣାର ଏକ ମୁଖ୍ୟ ଅଂଶ ହେଉଛି କାହିଁକି ବ୍ୟାଙ୍କ ଗୁଡ଼ିକୁ ଦେବାଳିଆ ହେବାରୁ ବଞ୍ଚାଇବା ଜରୁରୀ। ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତାଙ୍କୁ ୧୦ ମିଲିୟନ ସ୍ୱିଡେନ କ୍ରୋନୋର (ପ୍ରାୟ ୯ ଲକ୍ଷ ଆମେରିକୀୟ ଡଲାର) ନଗଦ ପୁରସ୍କାର ପ୍ରଦାନ କରାଯାଏ । ଡିସେମ୍ବର ୧୦ରେ ସବୁ ନୋବେଲ ବିଜେତାମାନଙ୍କୁ ପୁରସ୍କୃତ କରାଯିବ |

ଅନ୍ୟ କ୍ଷେତ୍ର ଭଳି ନୋବେଲ ପୁରସ୍କାରର ପ୍ରତିଷ୍ଠାତା ଆଲଫ୍ରେଡ ନୋବେଲ ୧୮୯୫ରେ ନିଜ ଇଚ୍ଛାପତ୍ରରେ ଅର୍ଥନୀତିରେ ଏହି ପୁରସ୍କାର ପ୍ରଦାନ ନେଇ ବ୍ୟବସ୍ଥା କରିନଥିଲେ । କିନ୍ତୁ ତାଙ୍କ ସ୍ମୃତିରେ ସ୍ୱିଡେନର କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଚଳନ ଆରମ୍ଭ କରିଥିଲା । ପ୍ରଥମେ ୧୯୬୯ରେ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

Comments are closed.