ଦୁର୍ଗା ପୂଜା ମଣ୍ଡପରେ ଅଗ୍ନିକାଣ୍ଡ, ତିନି ଶିଶୁଙ୍କ ସହ ୫ ମୃତ, ୬୫ ଆହତ

ବାରାଣସୀ: ଉତ୍ତର ପ୍ରଦେଶର ଭଦୋହିରେ ଏକ ଦୁର୍ଗା ପୂଜା ମଣ୍ଡପରେ ଘଟିଛି ଅଘଟଣ । ପୂଜା ମଣ୍ଡପରେ ନିଆଁ ଲାଗିଯିବାରୁ ତିନି ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୬୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଘଟଣା ସମୟରେ ମଣ୍ଡପରେ ପ୍ରାୟ ୨୦୦ ଲୋକ ଉପସ୍ଥିତ ଥିଲେ। ଆଳତି ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା |

ଭଦୋହି ଜିଲ୍ଲା ମାଜିଷ୍ଟ୍ରେଟ ଗୌରାଙ୍ଗ ରାଠି କହିଛନ୍ତି ଯେ ଏହି ଘଟଣା ଅରାଇ ସହରରେ ଏକ ଦୁର୍ଗା ପୂଜା ମଣ୍ଡପରେ ଘଟିଛି। ଅଗ୍ନିକାଣ୍ଡ ବେଳେ ପ୍ରାୟ ୨୦୦ ଲୋକ ଉପସ୍ଥିତ ଥିଲେ। ଆଳତି କାର୍ଯ୍ୟକ୍ରମ ଚାଲିଥିଲା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି | ଏହି ଘଟଣାରେ ଆହତ ୬୫ ଜଣ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.