କରାଚି ବିଶ୍ୱବିଦ୍ୟାଳୟରେ ବୋମା ବିସ୍ଫୋରଣ, ତିନି ଚୀନ୍ ନାଗରିକଙ୍କ ସହ ଚାରି ମୃତ

କରାଚି: କରାଚି ବିଶ୍ୱବିଦ୍ୟାଳୟ ପରିସରରେ ମଙ୍ଗଳବାର ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏଥିରେ ତିନିଜଣ ଚୀନ୍ ଶିକ୍ଷକଙ୍କର ମୃତ୍ୟୁ ହୋଇଛି। ବୈଦେଶିକ ଫାକଲ୍ଟି ରୁ କନଫୁସିୟସ ସେଣ୍ଟରକୁ ଆସୁଥିବା ଏକ ଭ୍ୟାନରେ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ କେନ୍ଦ୍ରର ନବନିଯୁକ୍ତ ନିର୍ଦ୍ଦେଶକ ଏବଂ ଦୁଇଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଥିଲା। ଏହି ବିସ୍ଫୋରଣରେ ଭ୍ୟାନ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ମୃତକଙ୍କ ନାମ ହୁଆନ ଗୁଇପିଙ୍ଗ, ଡିଙ୍ଗ ମୁପେଙ୍ଗ ଏବଂ ଚେନ୍ ସାଇ ବୋଲି ଜଣାପଡିଛି। ଡିପି ମୁପେଙ୍ଗ ଏବଂ ଚେନ୍ ତାଇ ଏହି କେନ୍ଦ୍ରରେ ଶିକ୍ଷାଦାନ କରୁଥିବାବେଳେ ଗୁଇପିଂ କେନ୍ଦ୍ରର ନିର୍ଦ୍ଦେଶକ ଥିଲେ। ମୃତ୍ୟୁବରଣ କରିଥିବା ଡ୍ରାଇଭରର ନାମ ଖାଲିଦ ବୋଲି ଜଣାପଡିଛି। ଏହି ବିସ୍ଫୋରଣରେ ଜଣେ ଚୀନ୍ ନାଗରିକ ଏବଂ ଜଣେ ସ୍ଥାନୀୟ ନାଗରିକ ମଧ୍ୟ ଆହତ ହୋଇଛନ୍ତି।

ସୁରକ୍ଷା ଡ୍ୟୁଟିରେ ଥିବା ଦୁଇଜଣ ରେଞ୍ଜର ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ପଟେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ପୋଲିସ କହିଛି ଯେ ବିସ୍ଫୋରଣ କେଉଁ ପ୍ରକାର ଥିଲା ସେ ବିଷୟରେ ଏବେ କିଛି କହି ହେବ ନାହିଁ । ଏ ବାବଦରେ ତଦନ୍ତ ଚାଲିଛି।

Comments are closed.