ତେଲେଙ୍ଗାନା: ଦଳ ବଦଳାଇବା ପାଇଁ ଟିଆରଏସ୍ ବିଧାୟକମାନଙ୍କୁ ଲାଞ୍ଚ ଯଚା ଯାଇଥିବା ଅଭିଯୋଗ, ତିନି ଅଟକ

ହାଇଦ୍ରାବାଦ: ଦଳ ବଦଳାଇବା ପାଇଁ ବିଜେପି ପକ୍ଷରୁ ଶାସକ ଦଳର ବିଧାୟକମାନଙ୍କୁ ଲାଞ୍ଚ ଯଚା ଯାଉଛି ବୋଲି ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ଦାବି କରିଛି। ଏହି ଅଭିଯୋଗ ଆଧାରରେ ତେଲେଙ୍ଗାନା ପୋଲିସ ତିନି ଜଣଙ୍କୁ ଅଟକ ରଖିଛି । ସାଇବରବାଦ ପୋଲିସ କମିଶନର ଷ୍ଟିଫେନ୍ ରବିନ୍ଦ୍ର କହିଛନ୍ତି ଯେ ଚାରି ଟିଆରଏସ୍ ବିଧାୟକଙ୍କୁ ଲାଞ୍ଚ ଯଚାଯାଇଥିଲା । ଏନେଇ ଟିଆରଏସ୍ ବିଧାୟକଙ୍କ ଅଭିଯୋଗ ପରେ ପୋଲିସ୍ ବୁଧବାର ସନ୍ଧ୍ୟାରେ ଅଜିଜ ନଗରରେ ଏକ ଫାର୍ମହାଉସରେ ରେଡ୍ କରାଯାଇଥିବା ପୋଲିସ କହିଛି। ସାଇବରବାଦ ପୋଲିସ କମିଶନର ଷ୍ଟିଫେନ୍ ରବିନ୍ଦ୍ର କହିଛନ୍ତି ଯେ ଟିଆରଏସ୍ ବିଧାୟକମାନେ ସେମାନଙ୍କୁ ପାର୍ଟି ବଦଳାଇବା ପାଇଁ ଲାଞ୍ଚ ଯଚା ଯାଇଥିବା ଅଭିଯୋଗ କରିଥିଲେ । ପ୍ରାରମ୍ଭିକ ଯାଞ୍ଚରୁ ଜାଣିପଡିଛି ଯେ ଅଟକ ବ୍ୟକ୍ତିମାନେ ଛଦ୍ମ ପରିଚୟ ସହ ହାଇଦ୍ରାବାଦ ଆସିଥିଲେ।

ସୂଚନାଯୋଗ୍ୟ ଯେ ନିକଟରେ ଝାଡ଼ଖଣ୍ଡ ଓ ପଞ୍ଜାବରେ ଶାସକ ଦଳର ବିଧାୟକମାନେ ମଧ୍ୟ ସେମାନଙ୍କୁ ଲାଞ୍ଚ ଯଚା ଯାଇଥିବା ଅଭିଯୋଗ କରିଥିଲେ । ଦିଲ୍ଲୀରେ ମଧ୍ୟ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହାର ବିଧାୟକମାନଙ୍କୁ ଟଙ୍କା ଦେଇ ବିଜେପି କିଣିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଥିଲା । ଏହାଛଡ଼ା ଝାଡ଼ଖଣ୍ଡର କିଛି କଂଗ୍ରେସ ବିଧାୟକଙ୍କୁ ବିପୁଳ ନଗଦ ଟଙ୍କା ସହ କୋଲକାତାରେ ଗିରଫ କରାଯାଇଥିଲା। ଏହା ପରେ ଦଳ ଦ୍ୱାରା ନିଲମ୍ବିତ କରାଯାଇଥିଲା।

Comments are closed.