ମଣିପୁରରେ ପୁଣି ହିଂସା, ତିନି ମୃତ

ଇମ୍ଫାଲ: ମଣିପୁରରେ ଥମୁନି ହିଂସା | ରାଜ୍ୟର ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ରାତିରେ ଘଟିଥିବା ହିଂସାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ‌ ମୈତେଇ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି ।

ଦୁର୍ବୃତ୍ତମାନେ ଅନେକ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ପୋଲିସ ସୂଚନା ଅନୁଯାୟୀ ବିଷ୍ଣୁପୁରର କ୍ୱାକଟା ଅଞ୍ଚଳରେ ମୈତେଇ ସମ୍ପ୍ରଦାୟର ବଫର ଜୋନରେ ପଶି କିଛି ଲୋକ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପ-ପୁଅ ଥିବା ଜଣାପଡିଛି ।

ଗତକାଲି ମଧ୍ୟ ବିଷ୍ଣୁପୁରରେ ଏକ ଭିଡ଼ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି)ର ମୁଖ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ବହୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ |

Comments are closed.