ଭାରତରେ ପହଞ୍ଚିଲା ଆଉ ୩ ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଛି ଆଉ ୩ ରାଫେଲ୍ ଯୁଦ୍ଧ ବିମାନ । ଫ୍ରାନ୍ସର ଏୟାରବେସରୁ ଷଷ୍ଠ ଦଫାରେ ଆଉ ତିନିଟି ରାଫେଲ୍ ଯୁଦ୍ଧ ବିମାନ ଗତ ସନ୍ଧ୍ୟାରେ ଭାରତୀୟ ମାଟିରେ ପହଞ୍ଚିଥିଲା। ଏହି ତିନି ବିମାନରେ ଆକାଶ ମଝିରେ ୟୁଏଇର ବାୟୁସେନା ଦ୍ବାରା ଇନ୍ଧନ ଭରାଯାଇଥିଲା ।

ତିନି ନୂତନ ରାଫେଲର ଆଗମନ ସହିତ ଭାରତ ବର୍ତ୍ତମାନ ୩୬ ରାଫେଲ ମଧ୍ୟରୁ ୩୫ଟି ପାଇଛି | ଭାରତ ସରକାର ୩୬ ରାଫେଲ ଯୁଦ୍ଧ ବିମାନ ପାଇଁ ସେପ୍ଟେମ୍ବର ୨୦୧୬ରେ ଫ୍ରାନ୍ସ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ | ୩୬ତମ ରାଫେଲ ବିମାନ କିଛି ସପ୍ତାହ ପରେ ଭାରତରେ ପହଞ୍ଚିବ |

ରାଫେଲର ଆଉ ଏକ ଦଫାର ଆଗମନ ପରେ ଭାରତର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇଛି | ରାଫେଲ ଉଲ୍କା ଏବଂ ହାମର ଭଳି କ୍ଷେପଣାସ୍ତ୍ର ସହିତ ସଜ୍ଜିତ | ମଲ୍ଟିରୋଲ୍ ହୋଇଥିବା କାରଣରୁ ଟ୍ୱିନ୍-ଇଞ୍ଜିନ୍ (ଟଏନ୍) ବିଶିଷ୍ଟ ରାଫେଲ୍ ଯୁଦ୍ଧ ବିମାନ ବାୟୁରେ ବହୁ ଉଚ୍ଚକୁ ଉଡ଼ିବା ସହିତ ଶତ୍ରୁ ସୀମାକୁ ପ୍ରବେଶ କରି ଲକ୍ଷ୍ୟ ଭେଦ କରି ଆକ୍ରମଣ କରିବାରେ ସକ୍ଷମ | କାରଣ ରାଫେଲ ଆକାଶରେ ଉଡ଼ିବା ବେଳେ କୌଣସି ଶତ୍ରୁ ବିମାନ, ହେଲିକପ୍ଟର କିମ୍ବା ଡ୍ରୋନ୍ ପ୍ରାୟ ଶହେ କିଲୋମିଟର ପର୍ଯ୍ୟନ୍ତ ତାର ପାଖ ମାଡ଼ିପାରିବେ ନାହିଁ | ଏଥିସହିତ ଏହି ଯୁଦ୍ଧ ବିମାନ ଶତ୍ରୁ ସୀମାରେ ପ୍ରବେଶ କରି ବୋମା ବର୍ଷଣ କରି ବିନାଶ ରଚିପାରେ। ସେଥିପାଇଁ ରାଫାଲକୁ ମଲ୍ଟି ରୋଲ୍ ଯୁଦ୍ଧ ବିମାନ ମଧ୍ୟ କୁହାଯାଏ |

ରାଫେଲ୍ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ସହିତ ସଜ୍ଜିତ | ସବୁଠାରୁ ସ୍ବତନ୍ତ୍ର ହେଉଛି ଏୟାର-ଟୁ-ଏୟାର ମିସାଇଲ୍ ‘ମିଟେଓର’ (METEOR) ଯାହାକି ଦୁନିଆର ଘାତକ କ୍ଷେପଣାସ୍ତ୍ର ଭାବେ ବିବେଚନା କରାଯାଏ | ଏହି କ୍ଷେପଣାସ୍ତ୍ର ଚୀନ୍ ସହ କୌଣସି ଏସୀୟ ଦେଶ ପାଖରେ ନାହିଁ | ଏହି ବିଶେଷ୍ବତ କାରଣରୁ ରାଫେଲ୍ ବିମାନ ଦକ୍ଷିଣ ଏସିଆ କ୍ଷେତ୍ରରେ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହୋଇପାରେ | ମିଟେଓର ‘ କ୍ଷେପଣାସ୍ତ୍ର ପ୍ରାୟ ୧୬୦ କିଲୋମିଟର ଯାଏଁ ଲକ୍ଷ୍ୟ ଭେଦ କରିପାରିବ ଏବଂ ଏହାକୁ ରାଡାର୍ ମଧ୍ୟ ଠାବ କରିପାରିବ ନାହିଁ | ଏହି ଏୟାର-ଟୁ-ଏୟାର ମିସାଇଲ୍ ଦୁନିଆର ସବୁଠାରୁ ଘାତକ ଅସ୍ତ୍ର ମଧ୍ୟରେ ଗଣାଯାଏ | ଏହା ବ୍ୟତୀତ ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ଦୂରଗାମୀ ଏୟାର-ଟୁ-ସର୍ଫେସ୍ ସ୍କାଲ୍ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଏୟାର-ଟୁ-ଏୟାର ମାଇକା କ୍ଷେପଣାସ୍ତ୍ର ସହିତ ସଜ୍ଜିତ |

Comments are closed.