ତିନି ଜଣଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ

ଷ୍ଟକହୋମ: ପିଆର ଅଗଷ୍ଟିନି, ଫେରେନ୍ସ କ୍ରାଉସ୍ ଏବଂ ଆନ୍ ଲୁଇଲିଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପରମାଣୁରେ ଇଲେକ୍ଟ୍ରନର ଅଧ୍ୟୟନ ପାଇଁ ଏହି ତିନି ବୈଜ୍ଞାନିକ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସର ସେକ୍ରେଟେରୀ ଜେନେରାଲ ହାନ୍ସ ଏଲଗ୍ରେନ ମଙ୍ଗଳବାର ଷ୍ଟକହୋମରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି।

ନୋବେଲ ପୁରସ୍କାର ବାବଦକୁ ୧.୧ କୋଟି ସ୍ୱିଡେନ କ୍ରୋନର (୧ ମିଲିୟନ ଆମେରିକୀୟ ଡଲାର) ନଗଦ ରାଶି ପ୍ରଦାନ କରାଯାଏ ।

Comments are closed.