ଜମ୍ମୁ-କାଶ୍ମୀରର ପୁଲୱାମାରେ ଏନକାଉଣ୍ଟର, ଟଳିଲେ ତିନି ଆତଙ୍କବାଦୀ

ଶ୍ରୀନଗର: କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀର ଜୋନ୍ ପୋଲିସ ଏହି ସୂଚନା ଦେଇଛି। ପୋଲିସର ସୂଚନାନୁସାରେ ଏହି ତିନିଜଣଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ସର୍ଚ୍ଚ ଅପରେସନ୍ ଜାରି ରହିଛି |

ପୋଲିସର ସୂଚନାନୁସାରେ, ନିହତ ହୋଇଥିବା ତିନିଜଣ ଆତଙ୍କବାଦୀ ସ୍ଥାନୀୟ ଲୋକ ଥିଲେ ଏବଂ ସେମାନେ ଲଶ୍କର-ଇ-ତଇବା ସହିତ ଜଡିତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଜୁନାଦ ଶିରୋଗୋଜ୍ରି ବୋଲି ଜଣାପଡିଛି। କାଶ୍ମୀର ଆଇଜିଙ୍କ ସୂଚନା ଅନୁଯାୟୀ, ଶିରୋଗୋଜ୍ରି ପୋଲିସ୍ ଯବାନ ରିୟାଜ ଅହମ୍ମଦଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ମେ ୧୩ରେ ରିୟାଜ ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା।

ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଅନ୍ୟ ଦୁଇ ଆତଙ୍କବାଦୀ ଫଜିଲ ନାଜିର ଭଟ ଓ ଇରଫାନ ମଲିକ ବୋଲି ଜଣାପଡିଛି। ଉଭୟ ପୁଲୱାମା ଜିଲ୍ଲାର ବାସିନ୍ଦା ଥିଲେ। ଆଇଜି କାଶ୍ମୀରଙ୍କ ଅନୁଯାୟୀ, ସେମାନଙ୍କ ନିକଟରୁ ବିସ୍ଫୋରକ ସହ ଦୁଇଟି ଏକେ-୪୭ ରାଇଫଲ, ଗୋଟିଏ ପିସ୍ତଲ ଜବତ କରାଯାଇଛି ।

Comments are closed.