ଜମ୍ମୁ-କାଶ୍ମୀର: ସୁରକ୍ଷା ବାହିନୀଙ୍କ ସହ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କୁଲଗାମରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାବେଳେ ଶ୍ରୀନଗରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି କୁଲଗାମରେ ଏନକାଉଣ୍ଟରର ଦ୍ୱିତୀୟ ଦିନ | କୁଲଗାମରେ ନିହତ ହୋଇଥିବା ଆତଙ୍କବାଦୀମାନେ ହିଜବୁଲ କମାଣ୍ଡର ଶିରାଜ୍ ମୌଲବୀ ଏବଂ ୟୱର ଭଟ୍ଟ ବୋଲି ଜଣାପଡିଛି।

ଯୁବକମାନଙ୍କୁ ପ୍ରଲୋଭିତ କରି ଆତଙ୍କବାଦ କାର୍ଯ୍ୟରେ ଶିରାଜ ଜଡିତ ଥିଲେ। ଏଥିସହ ସେ ନିରୀହ ଲୋକଙ୍କୁ ହତ୍ୟାରେ ମଧ୍ୟ ସମ୍ପୃକ୍ତ ଥିଲେ। ଅନ୍ୟପଟେ ଶ୍ରୀନଗରରେ ନିହତ ହୋଇଥିବା ଆତଙ୍କବାଦୀ ପୁଲୱାମାର ଆମୀର ରିଆଜ ବୋଲି ଜଣା ପଡିଛି। ନିହତ ଆମିର ରିୟାଜ ଆତଙ୍କବାଦୀ ସଂଗଠନ ଗଜୱାତୁଲ ହିନ୍ଦ୍ ସହ ଜଡିତ ଥିଲେ। ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଆତଙ୍କବାଦୀ ଆମୀର ରିଆଜଙ୍କୁ ଫିଦାୟୀନ୍ ଆକ୍ରମଣର ଦାୟିତ୍ବ ଦିଆଯାଇଥିଲା।

ଏହାପୂର୍ବରୁ ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ଶ୍ରୀନଗର ଏବଂ କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ପୃଥକ ମୁକାବିଲାରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଅଧିକାରୀମାନେ କହିଛନ୍ତି ଯେ ଏଠାରେ ବମିନା ସ୍ଥିତ ହାମଦାନିଆ କଲୋନୀ ଅଞ୍ଚଳରେ ସନ୍ଧ୍ୟାରେ ଏହି ଏନକାଉଣ୍ଟର ହୋଇଥିଲା। କାଶ୍ମୀର ଡିଭିଜନାଲ ପୋଲିସ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ କୁହାଯାଇଛି ଯେ ଏହି ଏନକାଉଣ୍ଟରରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିଲେ। ସର୍ଚ୍ଚ ଅପରେସନ ବେଳେ ତାଠାରୁ କିଛି ଗୁଳି ସହିତ ଏକ ଏକେ-୪୭ ରାଇଫଲ ମଧ୍ୟ ଜବତ କରାଯାଇଛି।

Comments are closed.