ମହାଶିବରାତ୍ରୀ ପାଇଁ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ରାତି ପାହିଲେ ପବିତ୍ର ମହାଶିବରାତ୍ରି । ବିଭିନ୍ନ ଶୈବପୀଠରେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ମହାଶିବରାତ୍ରି ପାଳନ ନେଇ ପୋଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିବେ। ୩ ଟାରୁ ସିଂହ ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି। ପକେଟମାର, ଛିନତାଇ ଉପରେ ସିସିଟିଭି ନଜର ରଖିବ।

ଜାଗର ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏସଓଜି ମୁତୟନ ହେବେ। ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୋଲିସ। ୫ଜଣ ଆଡସିନାଲ ୧୧ ଏସପି । ୧୯ ଆଇଆଇସି ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୨ /୩ଟି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଗ୍ୟାଙ୍ଗରେ ନାବାଳକ ଏବଂ ମହିଳା ଅଛନ୍ତି। ମନ୍ଦିର ସମ୍ମୁଖ ରାସ୍ତାରେ ଓ୍ବାନ ଓ୍ବେ କରାଯାଇଛି। ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି। ଭୁବନେଶ୍ୱରର ଅନ୍ୟ ୧୦ ଟି ମନ୍ଦିରରେ ମଧ୍ୟ ପଞଲିସ ମୁତୟନ ହୋଇଛନ୍ତି। ପୋଲିସ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।

Comments are closed.