ଜେଲରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଭିଆଇପି ସୁବିଧା: ତିହାର ଜେଲ୍ ସୁପରିଟେଣ୍ଡେଣ୍ଟ ନିଲମ୍ବିତ

ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଭିଆଇପି ସୁବିଧା ଦିଆଯିବା ଅଭିଯୋଗରେ ଜେଲ୍ ସୁପରିଟେଣ୍ଡେଣ୍ଟ ଅଜିତ କୁମାରଙ୍କୁ ନିଲମ୍ବିତ କରାଯାଇଛି। ଦିଲ୍ଲୀ ସରକାରଙ୍କ ଜେଲ୍ ବିଭାଗ କହିଛି ଯେ ଅଜିତ କୁମାର ତାଙ୍କ କାର୍ଯ୍ୟରେ ଅବହେଳା କରିଛନ୍ତି । ଏ ବାବଦରେ ଅଧିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଅଜିତ କୁମାର ଜେଲ୍ ନମ୍ବର-୭ ଦାୟିତ୍ୱରେ ଥିଲେ । ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟ ଜେଲ ନମ୍ବର-୭ ରେ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆମ୍ ଆଦମୀ ପାର୍ଟି ସରକାରଙ୍କ ଜେଲ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଥିଲା । ଜୈନଙ୍କୁ ତିହାର ଜେଲରେ ଭିଆଇପି ସୁବିଧା ମିଳୁଛି । ଏପରିକି ତାଙ୍କ ପାଦ ମାଲିସ୍ କରିବାକୁ ଜଣେ ଲୋକଙ୍କୁ ନିୟୋଜିତ କରାଯାଇଛି ବୋଲି ଇଡି ନିକଟରେ କୋର୍ଟଙ୍କୁ କହିଥିଲା ।

Comments are closed.