ପାନ୍ କାର୍ଡ ହଜିଯାଇଛି? ମାତ୍ର କିଛି ମିନିଟରେ ଡାଉନଲୋଡ୍ କରନ୍ତୁ ଇ-ପାନ୍, କେମିତି କରିବେ ଜାଣନ୍ତୁ | News Room Odisha

ପାନ୍ କାର୍ଡ ହଜିଯାଇଛି? ମାତ୍ର କିଛି ମିନିଟରେ ଡାଉନଲୋଡ୍ କରନ୍ତୁ ଇ-ପାନ୍, କେମିତି କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଆବଶ୍ୟକ ଡକ୍ୟୁମେଣ୍ଟ୍ ମଧ୍ୟରୁ ପାନ୍ କାର୍ଡ ହେଉଛି ଅନ୍ୟତମ | ପାନ୍ କାର୍ଡ ନଥିଲେ ଆର୍ଥିକ କାରବାର ହୋଇପାରିବ ନାହିଁ କି ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ଖୋଲିପାରିବେ ନାହିଁ। ପାନ୍ କାର୍ଡ ହଜିଗଲେ ପୁଣି ଏକ ପାନ୍ କାର୍ଡ ପାଇବାକୁ ଅତିକମରେ ମାସେ ସମୟ ଲାଗେ | ତେବେ ଆଜିକାଲି ଇ-ପାନ୍ କୁ ଅନୁମତି ଦିଆଯାଇଛି ଏବଂ ଏହାକୁ ସବୁ ସ୍ଥାନରେ ଗ୍ରହଣ କରାଯାଉଛି | ପାନ୍ କାର୍ଡ ହଜିଗଲେ ଇ-ପାନ୍ ତା’ର ସ୍ଥାନ ନେଇପାରିବ । ସ୍ମାର୍ଟଫୋନ୍ କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ଡିଭାଇସରେ ଇ-ପାନ୍ କୁ ଯେକୌଣସି ସ୍ଥାନରେ ବ୍ୟବହାର କରିପାରିବେ | ଇ-ପାନ୍ କାର୍ଡ କିପରି ଡାଉନଲୋଡ୍ କରିବେ ଆସନ୍ତୁ ଜାଣିବା…

* ଆୟକର ବିଭାଗର ଅଫିସିଆଲ୍ ୱେବସାଇଟ୍ https://www.onlineservices.nsdl.com/paam/requestAndDownloadEPAN.html କୁ ଲଗ୍ଇନ୍ କରନ୍ତୁ |
* ଏହା ପରେ ଡାଉନଲୋଡ୍ ଇ-ପାନ୍ କାର୍ଡ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
* ଏଠାରେ ଆପଣଙ୍କର ପାନ୍ ନମ୍ବର ଏଣ୍ଟ୍ରି କରନ୍ତୁ | ପାନ୍ ନମ୍ବର ବ୍ୟତୀତ, ଏଠାରେ ଆପଣଙ୍କୁ ଆଧାର କାର୍ଡ ନମ୍ବର ମଧ୍ୟ ଏଣ୍ଟ୍ରି କରିବାକୁ ପଡିବ |
* ଜନ୍ମ ତାରିଖ ଏଣ୍ଟ୍ରି କରନ୍ତୁ ଏବଂ ସର୍ତ୍ତାବଳୀ ଗ୍ରହଣ କରନ୍ତୁ |
* ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ଓଟିପି ପଠାଯିବ |
* ଓଟିପି ଏଣ୍ଟ୍ରି କରିବା ପରେ, କନଫର୍ମ ଉପରେ କ୍ଲିକ୍ କରନ୍ତୁ।
* କନଫର୍ମ କରିବା ପରେ ପେମେଣ୍ଟ ବିକଳ୍ପ ଆସିବ |
* ଏଠାରେ ଆପଣଙ୍କୁ ୮.୨୬ ଟଙ୍କା ପୈଠ କରିବାକୁ ପଡିବ। ଆପଣ ପେଟିଏମ୍, ୟୁପିଆଇ, କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ କରିପାରିବେ |
* ପେମେଣ୍ଟ କରିବା ପରେ, ଆପଣ ଇ-ପାନ୍ କାର୍ଡ ଡାଉନଲୋଡ୍ କରିପାରିବେ |

ତେବେ ପିଡିଏଫ୍ ରେ ଇ-ପାନ୍ କାର୍ଡ ଡାଉନଲୋଡ୍ କରିବାକୁ ଏକ ପାସୱାର୍ଡ ଆବଶ୍ୟକ ହେବ | ଏହି ପାସୱାର୍ଡ ଆପଣଙ୍କ ଜନ୍ମ ତାରିଖ ହେବ | ଯଦି ଆପଣଙ୍କର ଆଧାର କାର୍ଡ ହଜିଯାଇଛି ତେବେ ଆପଣଙ୍କୁ ଥରେ ଏଫ୍ଆଇଆର୍ ରୁଜୁ କରିବାକୁ ପଡିବ | ଏହା ବ୍ୟତୀତ, ଆପଣ ଫର୍ମ ୨୬ଏଏସ୍ ପୂରଣ କରି ଆପଣଙ୍କର ପ୍ୟାନ୍ କାର୍ଡ ଦ୍ବାରା କୌଣସି ବେନାମୀ କାରବାର ହୋଇଛି କି ନାହିଁ ଜାଣିପାରିବେ ।

e-pan Card