ଆସନସୋଲ ଲୋକସଭା ଆସନ ଉପନିର୍ବାଚନ ପାଇଁ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କଲା ତୃଣମୂଳ କଂଗ୍ରେସ

କୋଲକାତା:ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସ ଟିକେଟରେ ବାଲିଗଞ୍ଜ ବିଧାନସଭା ଉପନିର୍ବାଚନ ଲଢ଼ିବେ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ରବିବାର ଦିନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉପରୋକ୍ତ ଦୁଇ ଆସନ ପାଇଁ ଉଭୟ ନେତାଙ୍କ ପ୍ରାର୍ଥୀତ୍ବ ସମ୍ପର୍କରେ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ବାବୁଲ ସୁପ୍ରିୟୋ ଗତ ବର୍ଷ ତାଙ୍କ ଲୋକସଭା ସିଟ୍ ଆସନସୋଲରୁ ଇସ୍ତଫା ଦେଇଥିଲେ। ପରେ ସେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ତେଣୁ ଏହି ଆସନ ଖାଲି ପଡ଼ିଥିଲା । ବିଜେପି ସରକାରରେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ଟିଏମସି ଆସାନସୋଲରୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ୨୦୧୪ ଏବଂ ୨୦୧୯ ରେ ଲଗାତାର ଦୁଇଥର ଆସାନସୋଲ ଲୋକସଭା ଆସନରୁ ବିଜେପି ଟିକେଟ୍ ରେ ବାବୁଲ ସୁପ୍ରିୟୋ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

Comments are closed.