ପାରାଲିମ୍ପିକ୍ସରେ ଭାରତକୁ ପୁଣି ଦୁଇ ପଦକ, ହାଇଜମ୍ପରେ ଥାଙ୍ଗାଭେଲୁ ଜିତିଲେ ରୌପ୍ୟ, ଶରଦ କୁମାରଙ୍କୁ ବ୍ରୋଞ୍ଜ

ଟୋକିଓ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଭାରତୀୟ ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ମରିୟାପ୍ପନ ଥାଙ୍ଗାଭେଲୁ ପୁରୁଷ ହାଇଜମ୍ପରେ ଟି୬୩ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଶରଦ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି | ଆମେରିକାର ସାମ ଗ୍ରେଭ୍ ୧.୮୮ ମିଟର ଡେଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଏହାପୂର୍ବରୁ ୩୯ ବର୍ଷୀୟ ସିଂହରାଜ ଅଧାନା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ | ଭାରତ ଏପର୍ଯ୍ୟନ୍ତ ୨ଟି ସ୍ୱର୍ଣ୍ଣ ସମେତ ମୋଟ ୧୦ ଟି ପଦକ ଜିତିଛି । ପ୍ରଥମ ଥର ପାଇଁ ଭାରତ କୌଣସି ପାରାଲିମ୍ପିକ୍ସ କିମ୍ବା ଅଲିମ୍ପିକ୍ସରେ ୧୦ଟି ପଦକ ଜିତିଛି |

Comments are closed.