ଗଜପତି: ମଇଁଷି ପଲ ଉପରେ ମାଡ଼ିଗଲା ଟ୍ରକ୍, ୬ ମଲେ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକରେ ମଙ୍ଗଳବାର ସକାଳେ ଅଘଟଣ ଘଟିଛି। ଆର୍.ଉଦୟଗିରି ନିକଟ ପୁରୁଣା ଘାଟି ନିକଟରେ ସକାଳ ପ୍ରାୟ ୮ଟାରେ ଏକ ଆଜବେଷ୍ଟସ ଟିଣ ବୋଝେଇ ଟ୍ରକ୍ (ଓଡି୦୭ଆର୍- ୭୦୭୫) ରାସ୍ତାରେ ଯାଉଥିବା ମଇଁଷି ପଲ ଉପରେ ମାଡ଼ିଯାଇଥିଲା। ଟ୍ରକ୍ ଧକ୍କାରୁ ଘଟଣାସ୍ଥଳରେ ୬ଟି ମଇଁଷିର ମୃତ୍ୟୁ ଘଟିଥିଲା। ୨ ମଇଁଷି ଗୁରୁତର ଆହତ ହୋଇଛନ୍ତି। ମଇଁଷି ମାଲିକ ଓ ସ୍ଥାନୀୟ ବାସିନ୍ଦା ଟ୍ରକକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ବ୍ରହ୍ମପୁର- ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଆର.ଉଦୟଗିରି ପୋଲିସ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ରାସ୍ତା ଉପରୁ ମୃତ ମଇଁଷିମାନଙ୍କୁ କାଢି ଯାନବାହାନ ଚଳାଚଳ ସ୍ୱାଭାବିକ କରାଯାଇଥିଲା।

Comments are closed.