ବିବାହ କଲେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ

ଭବାନୀପାଟଣା: ପ୍ରଥମେ ମାଓବାଦୀଙ୍କ ଆହ୍ୱାନରେ ନିଜ ପରିବାର ଓ ଘରଦ୍ୱାର ଛାଡ଼ି ମାଓ ସଂଗଠନରେ ସାମିଲ ହୋଇଥିଲେ । ପରେ ମାଓବାଦୀଙ୍କ ନିର୍ଯ୍ୟାତନାରେ ଅସହ୍ୟ ହୋଇ ଏବଂ ରାଜ୍ୟ ସରକାରଙ୍କ ମାଓବାଦୀ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଆଉ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ ପୂର୍ବତନ ମାଓବାଦୀ। ସରକାରଙ୍କର ବିଭିନ୍ନ ସୁବିଧା ସୁଯୋଗ ପାଇ ସାଧାରଣ ବ୍ୟକ୍ତି ଭାବରେ ଜୀବନ ଯାପନ କଟାଉଥିବା ଦୁଇଜଣ ପୂର୍ବତନ ମାଓବାଦୀ ପୁଲିସ ହେପାଜତରେ ଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ପରେ ଉଭୟ ପରିବାରର ସ୍ବୀକୃତିକ୍ରମେ ଆଜି ଏହି ଦୁଇ ପୂର୍ବତନ ମାଓବାଦୀଙ୍କର ବିବାହ ଅନୁଷ୍ଠିତ ହୋଇଛି ।

ଛତିଶଗଡ଼ର ବିଜାପୁର ଜିଲ୍ଲା ଗୋପାଲପାଟନା ଥାନା ଅଧିନସ୍ଥ ପାଲସେଗୁଣ୍ଡାପୁର ଗ୍ରାମର ରାମଦାସ ଓରଫ କେଶବ ଭେଲାଦି ଓରଫ ଦୀପକଙ୍କ ସହ କଳାହାଣ୍ଡି ଜିଲ୍ଲା ଜୁଗସାଇପାଟଣା ପଞ୍ଚାୟତର ତଳ ପଞ୍ଚକୁଲ ଗ୍ରାମର ମାଲତ ମାଝୀଙ୍କ ଝିଅ କଲମଦେଇ ଓରଫ କାଲାମାଡି ମାଝୀଙ୍କ ବିବାହ ହୋଇଛି । କେଶବ ୨୦୨୦ରେ ଆତ୍ମସମର୍ପଣ କରିଥିବା ବେଳେ କାଲାମାଡି ୨୦୧୬ରେ ଆତ୍ମସମର୍ପଣ କରିଥିଲେ ।

Comments are closed.