ଏମଫିଲ୍ ଆଉ ମାନ୍ୟତାପ୍ରାପ୍ତ ଡ଼ିଗ୍ରୀ ନୁହେଁ, ଛାତ୍ରଛାତ୍ରୀଙ୍କୁ ସତର୍କ କଲା ୟୁଜିସି

ନୂଆଦିଲ୍ଲୀ: ଏମଫିଲ୍ ଏକ ମାନ୍ୟତାପ୍ରାପ୍ତ ଡ଼ିଗ୍ରୀ ନୁହେଁ । ତେଣୁ ଏପରି ପାଠ୍ୟକ୍ରମ ପାଇଁ ଆବେଦନ ଆହ୍ବାନ ନ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଚେତାବନୀ ଦେଇଛି । ଏମଫିଲ୍ ପାଠ୍ୟକ୍ରମରେ ନାମ ନ ଲେଖାଇବାକୁ ମଧ୍ୟ ଛାତ୍ରମାନଙ୍କୁ ସତର୍କ କରିଛି ୟୁଜିସି।

ୟୁଜିସି ସଚିବ ମନୀଷ ଯୋଶୀ କହିଛନ୍ତି, “ କିଛି ବିଶ୍ୱବିଦ୍ୟାଳୟ ଏମ୍ ଫିଲ୍ (ମାଷ୍ଟର ଅଫ୍ ଦି ଫିଲୋସଫି) ପାଇଁ ନୂଆ ଆବେଦନ ଆହ୍ବାନ କରୁଥିବା ୟୁଜିସି ନଜରକୁ ଆସିଛି । ଏହି ପ୍ରସଙ୍ଗରେ ସମସ୍ତଙ୍କୁ ସୂଚିତ କରାଯାଉଛି ଯେ ଏମ୍ ଫିଲ୍ ଡିଗ୍ରୀ ଆଉ ମାନ୍ୟତାପ୍ରାପ୍ତ ଡ଼ିଗ୍ରୀ ନୁହେଁ |

ସେ କହିଛନ୍ତି, “ୟୁଜିସିର ନିୟମାବଳୀ (ପିଏଚଡି ଡିଗ୍ରୀ ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ପ୍ରକ୍ରିୟା), ୨୦୨୨ର ନିୟମ ନମ୍ବର ୧୪ ସ୍ପଷ୍ଟ ଭାବେ କହୁଛି ଯେ, ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଏଣିକି କୌଣସି ଏମଫିଲ୍ କୋର୍ସ ପ୍ରଦାନ କରିବେ ନାହିଁ।

ସୂଚନାଯୋଗ୍ୟ, ୭ ନଭେମ୍ବର ୨୦୨୨ରେ ୟୁଜିସି ଏହି ନିୟମ ସମ୍ପର୍କିତ ବିଜ୍ଞପ୍ତି ଜାରି କରିବା ପରେ ବିଶ୍ୱବିଦ୍ୟାଳୟ ଏବଂ ଡ଼ିଗ୍ରୀ କଲେଜରେ ଏମଫିଲ୍ ପାଠ୍ୟକ୍ରମ ଉପରେ ନିଷେଧାଦେଶ ଲାଗୁ ହୋଇଥିଲା । ୨୦୨୩-୨୪ ଶିକ୍ଷାବର୍ଷ ଠାରୁ ଏମଫିଲ୍ ପାଠ୍ୟକ୍ରମ ବନ୍ଦ କରିବାକୁ ବିଶ୍ଵ ବିଦ୍ୟାଳୟ ଗୁଡ଼ିକୁ କୁହାଯାଇଛି ।

Comments are closed.