ୟୁଆଇଡିଏଆଇ ସିଇଓଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା

ନୂଆଦିଲ୍ଲୀ: କ୍ୟାବିନେଟର ନିଯୁକ୍ତି କମିଟି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ସିଇଓ ଅମିତ ଅଗ୍ରୱାଲଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ଅମିତ ଅଗ୍ରୱାଲ ଛତିଶଗଡ କ୍ୟାଡରର ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ କେନ୍ଦ୍ର ବ୍ୟତୀତ ଛତିଶଗଡ ଏବଂ ମଧ୍ୟପ୍ରଦେଶ ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଆଇନ ଏବଂ ନ୍ୟାୟ ବିଭାଗର ସଚିବ ଡକ୍ଟର ରୀତା ବଶିଷ୍ଠଙ୍କୁ କେନ୍ଦ୍ରୀୟ ଏଜେନ୍ସି ବିଭାଗ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଅସ୍ଥାୟୀ ଭାବେ ଅପଗ୍ରେଡ୍ ହୋଇଥିବା ଏହି ପଦର ର଼୍ୟାଙ୍କ୍ ଏବଂ ବେତନ କେନ୍ଦ୍ର ସରକାର ସଚିବଙ୍କ ବରାବର ହେବ। ଏହି ନିଯୁକ୍ତି ତତ୍କାଳ କାର୍ଯ୍ୟକାରୀ ହୋଇଛି ଏବଂ ୩୧ ଜୁଲାଇ ୨୦୨୫ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି ।

Comments are closed.