ରୁଷର ୫୦ ସୈନିକଙ୍କୁ ମାରିଥିବା ନେଇ ୟୁକ୍ରେନର ଦାବି

ମସ୍କୋ: ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଛି। ରୁଷ ସେନା ୟୁକ୍ରେନ ଉପରେ ବୋମା ବର୍ଷଣ କରିବା ସହ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛନ୍ତି | ଅନ୍ୟପଟେ ୟୁକ୍ରେନ ଦାବି କରିଛି ଯେ ଏହାର ପାଲଟା କାର୍ଯ୍ୟାନୁଷ୍ଠାନରେ ରୁଷର ୫୦ ଜଣ ସୈନିକ ମରିଛନ୍ତି। ଏଥିରେ କୁହାଯାଇଛି ଯେ ୟୁକ୍ରେନ ସୈନ୍ୟବାହିନୀର ଜବାବୀ ହମଲାରେ ଏପର୍ଯ୍ୟନ୍ତ ରୁଷର ୫୦ ସୈନ୍ୟ ନିହତ ହୋଇଛନ୍ତି ଏବଂ ପୂର୍ବ ପାର୍ଶ୍ୱରେ ୬ଟି ଯୁଦ୍ଧ ଜାହାଜ ଧ୍ୱଂସ ହୋଇଛି ।

ଅନ୍ୟପକ୍ଷରେ, ସୁରକ୍ଷା କ୍ୟାମେରା ଫୁଟେଜରେ ରୁଷର ସାମରିକ ଯାନ କ୍ରିମିଆ ପଟରୁ ୟୁକ୍ରେନକୁ ପ୍ରବେଶ କରୁଥିବା ଦେଖାଯାଇଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ଗୁରୁବାର ଦିନ ରୁଷର ସୈନ୍ୟବାହିନୀ ୟୁକ୍ରେନ ବିରୋଧରେ ସାମରିକ ଅପରେସନ ଆରମ୍ଭ କରିଛି। ରୁଷର ଏହି ପଦକ୍ଷେପକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଉଛି।

ପୁଟିନ ଅନ୍ୟ ଦେଶମାନଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ରଷର କାର୍ଯ୍ୟରେ ହସ୍ତକ୍ଷେପ କରିବାର ହସ୍ତକ୍ଷେପ କରିବାକୁ ପ୍ରୟାସ କଲେ ପରିଣାମ ଏପରି ହେବ ଯାହା ସେମାନେ ପୂର୍ବରୁ କେବେ ଦେଖି ନଥିବେ।

Comments are closed.