ୟୁକ୍ରେନ-ରୁଷ ଯୁଦ୍ଧ: ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଲେ ୟୁକ୍ରେନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ୟୁକ୍ରେନ ଏହି ପ୍ରସଙ୍ଗରେ କ୍ରମାଗତ ଭାବେ ବିଶ୍ବର ବଡ଼ ଦେଶମାନଙ୍କ ହସ୍ତକ୍ଷେପ ଲୋଡିଛି | ଏବେ ୟୁକ୍ରେନ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରାଯାଇଛି। ଏହି ପ୍ରସଙ୍ଗରେ ଭାରତରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଲଖା କହିଛନ୍ତି ଯେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରି ସେ କହିଛନ୍ତି ଯେ ସେ ତୁରନ୍ତ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୁଅନ୍ତୁ। ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି ଯେ ରାଜଧାନୀ କିଏଭ୍ ନିକଟରେ ମଧ୍ୟ ଆକ୍ରମଣ ହୋଇଛି। ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ମୋଦୀ ଜି, ସମ୍ପ୍ରତି ବିଶ୍ବର ଜଣେ ବହୁତ ବଡ଼ ନେତା । ଆମେ ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କରୁଛୁ | ଦୁନିଆର ଉତ୍ତେଜନାକୁ କେବଳ ଭାରତ ହିଁ ହ୍ରାସ କରିପାରିବ। ସେ କହିଛନ୍ତି ଯେ ରୁଷର ୫ଟି ବିମାନକୁ ଗୁଳି କରି ଖସେଇ ଦିଆଯାଇଛି ।

ଯଦିଓ ୟୁକ୍ରେନର ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହଯୋଗ ଲୋଡ଼ିଛନ୍ତି, ଏହି ପ୍ରସଙ୍ଗରେ ଭାରତର ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଆସିଛି । ଭାରତ କୌଣସି ପକ୍ଷ ପକ୍ଷରୁ କହିନାହିଁ। ଏହାଛଡା ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କିଛି ଟ୍ୱିଟ୍ କରିନାହାଁନ୍ତି।

Comments are closed.