କାବୁଲରୁ ୟୁକ୍ରେନ ବିମାନକୁ ଅପହରଣ କରାଯାଇଥିବା ଅଭିଯୋଗ

କାବୁଲ: ତାଲିବାନ ସଙ୍କଟ ମଧ୍ୟରେ ଆଫଗାନିସ୍ତାନରେ ୟୃକ୍ରେନର ଏକ ବିମାନ ଅପହରଣ ହୋଇଥିବା ସୂଚନା ମିଳିଛି। ୟୁକ୍ରେନ ନାଗରିକଙ୍କୁ ଆଣିବା ପାଇଁ ପଠାଯାଇଥିବା ବିମାନ କାବୁଲରୁ ଅପହରଣ ହୋଇଥିବା ଅଭିଯୋଗ କରିଛନ୍ତି ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ । ବିମାନଟିକୁ ଅପହରଣ କରି ଇରାନକୁ ନିଆଯାଇଛି ବୋଲି ସେ କହିଛନ୍ତି। ତେବେ ଅପହରଣ ସମୟରେ ବିମାନରେ ୟୁକ୍ରେନ ନାଗରିକ ବଦଳରେ କିଛି ଅଜ୍ଞାତ ଲୋକ ଥିଲେ ବୋଲି କୁହାଯାଇଛି। ଏହି ବିମାନକୁ କିଏ ଅପହରଣ କରିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ୟୁକ୍ରେନର ଉକ୍ତ ବିମାନ ଗତ ସପ୍ତାହରେ କାବୁଲକୁ ପଠାଯାଇଥିଲା। କିଛି ଅଜ୍ଞାତ ଲୋକ ଏହି ବିମାନକୁ ଅପହରଣ କରି ଇରାନକୁ ନେଇଛନ୍ତି ଅପହରଣକାରୀମାନେ ସଶସ୍ତ୍ର ଥିଲେ ବୋଲି କୁହାଯାଇଛି। ଏହାପୂର୍ବରୁ ୟୁକ୍ରେନ ଏହାର ନାଗରିକମାନଙ୍କୁ ଆଫଗାନିସ୍ତାନରୁ ଖାଲି କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା ।

ୟୁକ୍ରେନ ନାଗରିକ କାବୁଲରୁ କିପରି ଫେରିବେ ତାହା ୟୁକ୍ରେନ ମନ୍ତ୍ରୀ କହି ନାହାଁନ୍ତି। କୂଟନୈତିକ ସ୍ତରରେ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ଏହାପୂର୍ବରୁ ରବିବାର
୩୧ୟୁକ୍ରେନ ନାଗରିକଙ୍କ ସମେତ ୮୩ ଜଣଙ୍କୁ ମିଲିଟାରୀ ବିମାନ ଦ୍ୱାରା ଅଣାଯାଇଥିଲା। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି ଯେ ୟୁକ୍ରେନ ସୈନ୍ୟବାହିନୀର ୧୨ ଜଣ ମଧ୍ୟ ଫେରି ଆସିଛନ୍ତି। ସେ କହିଛନ୍ତି ଯେ ୧୦୦ରୁ ଊର୍ଦ୍ଧ୍ବ ୟୁକ୍ରେନ ନାଗରିକ କାବୁଲରେ ଫସି ରହିଛନ୍ତି।

Comments are closed.