ଭାରତ ସମେତ ୫ ଦେଶରେ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ୟୁକ୍ରେନ୍ ରାଷ୍ଟ୍ରପତି

କିଭ୍: ୟୁକ୍ରେନ୍-ରୁଷ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ସମେତ ୫ଟି ଦେଶରେ ନିଯୁକ୍ତ ୟୁକ୍ରେନ ରାଷ୍ଟ୍ରଦୂତଙ୍କୁ ଆଜି ଜେଲେନସ୍କି ବହିଷ୍କାର କରିଛନ୍ତି। ଅଚାନକ ଭାରତ, ଜର୍ମାନୀ, ଚେକ୍ ରିପବ୍ଲିକ, ନରୱେ ଏବଂ ହଙ୍ଗେରିରେ ଅବସ୍ଥାପିତ ରାଷ୍ଟ୍ରଦୂତମାନଙ୍କୁ ଏଭଳି ବହିଷ୍କାର କରିବା ପଛର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ୟୁକ୍ରେନ୍ ପାଇଁ ସେମାନେ ସାମରିକ ଓ ଅନ୍ୟ ସମର୍ଥନ ହାସଲ କରିବାରେ ବିଫଳ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଜର୍ମାନୀ ସହିତ ୟୁକ୍ରେନ୍‌ର ସଂପର୍କ ଅଧିକ ଖରାପ ହେଉଥିବାରୁ ଜେଲେନସ୍କି କ୍ଷୁବ୍ଧ ହୋଇଛନ୍ତି। ରୁଷ୍ ସହ ଯୁଦ୍ଧ ଆହୁରି ଦୀର୍ଘ ଦିନ ଚାଲିବାକୁ ଥିବା ବେଳେ ଦିନକୁ ଦିନ ଅନ୍ତର୍ଜାତୀୟ ସମର୍ଥନ କମି ଚାଲିଥିବାରୁ ରାଷ୍ଟ୍ରପତି ଜେଲେନଙ୍କ ଚିନ୍ତା ବଢ଼ିଯାଇଛି।

Comments are closed.