ମାରିଉପୋଲ ପାଇଁ ଡେଡଲାଇନ୍ ଶେଷ, ସରେଣ୍ଡର୍ ପାଇଁ ରୁଷର ପ୍ରସ୍ତାବକୁ ୟୁକ୍ରେନର ପ୍ରତ୍ୟାଖ୍ୟାନ

କିଭ୍: ଆଜି ରୁଷ-ୟୁକ୍ରେନ ଯୁଦ୍ଧର ୨୬ ତମ ଦିନ | ମାରିଉପୋଲ ସହରକୁ କବଜା ପାଇଁ ରୁଷ ଦେଇଥିବା ସରେଣ୍ଡର ଡେଡଲାଇନ୍ ଶେଷ ହୋଇଛି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷ ରବିବାର ରାତିରେ ମାରିଉପୋଲ ପ୍ରଶାସନକୁ ଆତ୍ମସମର୍ପଣ କରିବାର ମସ୍କୋ ସମୟ (ଭାରତୀୟ ସମୟ ୮ ଟା) ସମୟସୀମା ଦେଇଥିଲା। ତେବେ ଆତ୍ମସମର୍ପଣର ଏହି ପ୍ରସ୍ତାବକୁ ୟୁକ୍ରେନ ପ୍ରତ୍ୟାଖ୍ୟାନ କରିସାରିଛି।

ୟୁକ୍ରେନର ଉପମୁଖ୍ୟମନ୍ତ୍ରୀ ଇରିନା ଭେରେଶକ୍ କହିଛନ୍ତି ଯେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନାହିଁ । ଆତ୍ମସମର୍ପଣ ନେଇ କୌଣସି ଆଲୋଚନା ହୋଇପାରିବ ନାହିଁ | ଆମେ ଏହା ବିଷୟରେ ରୁଷକୁ କହି ସାରିଛୁ। ଆଠ ପୃଷ୍ଠାର ଚିଠିରେ ସମୟ ନଷ୍ଟ କରିବା ପରିବର୍ତ୍ତେ ରୁଷ ସାଧାରଣ ନାଗରିକଙ୍କ ସ୍ଥାନାନ୍ତର ପାଇଁ ମାନବୀୟ କରିଡର ଖୋଲିବା ଉଚିତ୍ ବୋଲି ଭେରେଶକ୍ କହିଛନ୍ତି।

ଅନ୍ୟପକ୍ଷରେ, ରବିବାର ରାତିରେ ରାଜଧାନୀ କିଭରେ ଆବାସିକ ଅଞ୍ଚଳରେ ରୁଷର ସେନା ବିମାନ ଆକ୍ରମଣ କରିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ଏବଂ ଏକ ସପିଂ ମଲ୍ ଧ୍ବଂସ ହୋଇଯାଇଛି। ୟୁକ୍ରେନ ଜରୁରୀକାଳୀନ ସେବା ମଲ୍‌ର ଧ୍ବଂସାବଶେଷରୁ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି ।

Comments are closed.