ଜାତିସଂଘର ଚେତାବନୀ: ଭାରତରେ ପୁଣି ଡେଲଟା ସଂକ୍ରମଣ ଭଳି ଘାତକ ସ୍ଥିତି ସୃଷ୍ଟି ହୋଇପାରେ

ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ଭାରତକୁ ଚେତାବନୀ ଦେଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଏପ୍ରିଲରୁ ଜୁନ୍ ୨୦୨୧ ମଧ୍ୟରେ ଭାରତରେ କୋଭିଡ-୧୯ର ଡେଲଟା ଭାରିଆଣ୍ଟର ଘାତକ ଲହରରେ ୨ ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଆର୍ଥିକ ପୁନରୁଦ୍ଧାରରେ ବାଧା ସୃଷ୍ଟି ହୋଇଥିଲା । ଓମିକ୍ରନ୍ ଯୋଗୁଁ ମଧ୍ୟ ନିକଟ ଭବିଷ୍ୟତରେ ସମାନ ପରିସ୍ଥିତି ଉପୁଜିପାରେ |

ମିଳିତ ଜାତିସଂଘର ବିଶ୍ବ ଅର୍ଥନୈତିକ ପରିସ୍ଥିତି ଏବଂ ଆଶା (WESP) ୨୦୨୨ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ କୋଭିଡ-୧୯ ର ଅତ୍ୟଧିକ ସଂକ୍ରାମକ ଓମିକ୍ରନ୍ ଭାରିଆଣ୍ଟ ସହ ସଂକ୍ରମଣର ନୂଆ ଲହର ଯୋଗୁଁ ମୃତ୍ୟୁସଂଖ୍ୟା ଏବଂ ଅର୍ଥନୈତିକ କ୍ଷତି ପୁଣି ବୃଦ୍ଧି ପାଇବ।

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଡେଲଟା ଭାରିଆଣ୍ଟ ସଂକ୍ରମଣ ଜନିତ ଘାତକ ଦ୍ବିତୀୟ ଲହରରେ ୨୪୦,୦୦୦ ଲୋକଙ୍କ ମୁଣ୍ଡ ନେଇଥିଲା ​​ଏବଂ ଅର୍ଥନୈତି ପୁନରୁଦ୍ଧାରରେ ବାଧା ସୃଷ୍ଟି କରିଥିଲା। ନିକଟ ଭବିଷ୍ୟତରେ ମଧ୍ୟ ସମାନ ପରିସ୍ଥିତି ଉପୁଜିପାରେ। ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗର ଉପସଚିବ ଜେନେରାଲ ଲିୟୁ ଜେନମିନ କହିଛନ୍ତି ଯେ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ସମନ୍ୱିତ ତଥା ସ୍ଥାୟୀ ବିଶ୍ୱସ୍ତରୀୟ ଆଭିମୁଖ୍ୟ ବିନା ଏହି ମହାମାରୀ ବିଶ୍ୱବ୍ୟାପୀ ଅର୍ଥନୀତିର ସମାବେଶୀ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ସବୁଠାରୁ ବଡ଼ ବିପଦ ସାଜିବ |

Comments are closed.