ବଜେଟ୍-୨୦୨୩କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୩-୨୪ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପିତ ହେବ | ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ବଜେଟ୍-୨୦୨୩କୁ ଅନୁମୋଦନ କରାଯାଇଛି । ସଂସଦରେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ନିର୍ମଳା ସୀତାରମଣ ଏବଂ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ।

ବଜେଟ୍ ଉପସ୍ଥାପନ କରିବାକୁ ନିର୍ମଳା ସୀତାରମଣ ଅର୍ଥ ମନ୍ତ୍ରଣାଳୟରୁ ସଂସଦ ଅଭିମୁଖେ ବାହାରି ସାରିଛନ୍ତି । କ୍ରମାଗତ ପଞ୍ଚମ ଥର ପାଇଁ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ।

ଏହାପୂର୍ବରୁ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ୨୦୨୩ ଉପସ୍ଥାପନ କରିଥିଲେ। ଏଥିରେ, ୨୦୨୩-୨୪ ବର୍ଷରେ ୬ ରୁ ୬.୮ ପ୍ରତିଶତ ଅଭିବୃଦ୍ଧିର ଆକଳନ କରାଯାଇଛି | ଚଳିତ ଆର୍ଥିକ ବର୍ଷରେ ଏହା ୭ ପ୍ରତିଶତ ଅଟେ। ୨୦୨୧-୨୨ ରେ ଅଭିବୃଦ୍ଧି ହାର ୮.୭ ପ୍ରତିଶତ ଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ପ୍ରଭାବ ଯୋଗୁଁ ଅର୍ଥନୀତି ଦୁର୍ବଳ ହୋଇଯାଇଥିଲା। ସର୍ଭେ ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ହୋଇଥିବା କ୍ଷତିରୁ ଅର୍ଥନୀତି ମୁକୁଳି ସାରିଛି

Comments are closed.