କେନ୍ଦ୍ର ମନ୍ତ୍ରୀଙ୍କ ସଙ୍କେତ, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଖୁବ ଶୀଘ୍ର ଆଇନ ଅଣାଯିବ

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଖୁବ ଶୀଘ୍ର ଆଇନ ଅଣାଯିବ । କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଏଭଳି ସଙ୍କେତ ଦେଇଛନ୍ତି ।

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ମଙ୍ଗଳବାର ଛତିଶଗଡର ରାୟପୁରରେ ‘ଗରିବ କଲ୍ୟାଣ ସମ୍ମିଳନୀ’ରେ ଯୋଗ ଦେଇଥିଲେ। ଏହି ଅବସରରେ ଯେତେବେଳେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ନେଇ ପଟେଲଙ୍କୁ ପଚରାଯାଇଥିଲା, ସେ କହିଥିଲେ, “ଏନେଇ ଶୀଘ୍ର ଆଇନ ଅଣାଯିବ, ବ୍ୟସ୍ତ ହୁଅନ୍ତୁ ନାହିଁ। ଯେତେବେଳେ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି, ବାକି ସବୁ ପ୍ରସଙ୍ଗରେ ମଧ୍ୟ ପଦକ୍ଷେପ ନିଆଯିବ।”

ଜମ୍ମୁ-କାଶ୍ମୀରର ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଉପରେ ସେ କହିଛନ୍ତି ଯେ ଯେଉଁମାନେ ଧାରା ୩୭୦ ରଦ୍ଦ ପରବର୍ତ୍ତୀ ପରିସ୍ଥିତି ବିଷୟରେ ଆଲୋଚନା କରୁଛନ୍ତି, ସେମାନେ ଧାରା ୩୭୦ ରଦ୍ଦ ପୂର୍ବର ସମୟକୁ ବର୍ତ୍ତମାନର ସ୍ଥିତି ସହିତ ତୁଳନା କରନ୍ତୁ। ଟାର୍ଗେଟ କିଲିଂ ପଛରେ ପାକିସ୍ତାନ ଏବଂ ପାକିସ୍ତାନ ସମର୍ଥିତ ଗୋଷ୍ଠୀ ଅଛନ୍ତି।

Comments are closed.