ଲକ୍ଷ୍ମୀପୁର ହିଂସା ମାମଲା: କ୍ରାଇମବ୍ରାଞ୍ଚ୍ ଆଗରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ କାର୍ ଚଢ଼ାଇବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆଜି ୟୁପି ପୋଲିସ କ୍ରାଇମବ୍ରାଞ୍ଚ୍ ଆଗରେ ହାଜର ହୋଇଛନ୍ତି। ସିଆରପିସିର ଧାରା ୧୬୦ ଅନୁଯାୟୀ ପୋଲିସ ତାଙ୍କୁ ସମନ ଜାରି କରିଥିଲା। ଯଦି ଆଶିଷଙ୍କ ଜବାବରେ ପୋଲିସ ସନ୍ତୁଷ୍ଟ ନହୁଏ, ତେବେ ତାଙ୍କୁ ଗିରଫ ମଧ୍ୟ କରାଯିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମପୁର ଖେରୀରେ ସୁରକ୍ଷାକୁ ବଢ଼ଇ। ଦିଆଯାଇଛି।

ଏହାପୂର୍ବରୁ ଆଶିଷ ମିଶ୍ରଙ୍କ ଓକିଲ ଅବଧେଶ କୁମାର ତାଙ୍କ ମହକିଲ ଆଜି ପୋଲିସ ନିକଟରେ ହାଜର ହେବେ ବୋଲି
କହିଥିଲେ । ସେ କହିଥିଲେ ଯେ ଆମେ ଏହି ନୋଟିସକୁ ସମ୍ମାନ ଦେବୁ ଏବଂ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବୁ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ମୀପୁର ମାମଲାରେ ତାଙ୍କ ଉପରେ ଚାପ ରହିଥିବା ଖବରକୁ ଖଣ୍ଡନ କରିଛନ୍ତି। କେବଳ ଅଭିଯୋଗ ଆଧାରରେ ତାଙ୍କ ସରକାର କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି ୟୁପି ସିଏମ୍ କହିଛନ୍ତି। ଠୋସ୍ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗୀ କହିଛନ୍ତି।

ଗତ ରବିବାର ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଚାରିଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଘଟିଥିବା ହିଂସାରେ ଆଉ ଚାରି ଜଣ ଲୋକ ପ୍ରାଣ ହରାଇଥିଲେ । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ୟୁପି ପୋଲିସ ତରଫରୁ ତତ୍ପରତା ପ୍ରକାଶ ପାଇଛି

Comments are closed.