ଲକ୍ଷ୍ମୀପୁର ହିଂସା ମାମଲା: କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ତିନି ଦିନିଆ ପୋଲିସ ରିମାଣ୍ଡ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ତିନି ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ପୋଲିସ ୧୪ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା । ହେଲେ କୋର୍ଟ ଆଶିଷଙ୍କୁ କେବଳ ତିନି ଦିନ ପୋଲିସ ହାଜତକୁ ପଠାଇଛନ୍ତି । ଆଶିଷ ବର୍ତ୍ତମାନ ଅକ୍ଟୋବର ୧୨ ରୁ ୧୫ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ରହିବେ। ଆଶିଷ ହେଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କ ପୁଅ।

ଆଶିଷ ଶନିବାର ଦିନ ୟୁପି କ୍ରାଇମବ୍ରାଞ୍ଚ୍ ଆଗରେ ହାଜର ହୋଇଥିଲେ । ପ୍ରାୟ ୧୨ ଘଣ୍ଟାର ଜେରା ପରେ ତାଙ୍କୁ ସେହିଦିନ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା ।

ଅକ୍ଟୋବର ୩ରେ ଲକ୍ଷ୍ମପୁର ଖେରୀ ହିଂସାରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ବିକ୍ଷୋଭରତ ଚାଷୀଙ୍କ ଉପରେ ଆଶିଷ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ୪ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଘଟିଥିବା ହିଂସାରେ ଆଉ ଚାରି ଜଣ ବ୍ୟକ୍ତି ନିହତ ହୋଇଥିଲେ ।

Comments are closed.